ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣାକୁ ଲକ୍ଷ୍ୟ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ହେଲେ ଜାନୁଆରୀ ଗାଇଡ୍‌ଲାଇନ୍‌ ଆସିବା ପରେ ଏନେଇ ପୁନଃବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ । ଚଳିତ ମାସରେ ଶୁଭସ୍ତମ୍ଭ ଦେବାର କାର୍ଯ୍ୟକ୍ରମ ରହିଥିଲା । କରୋନା ମହାମାରୀ ପାଇଁ ଗତ ବର୍ଷ ମଧ୍ୟ ଧନୁଯାତ୍ରା ବନ୍ଦ ରହିଥିଲା । ତେବେ ଏଥର ମଧ୍ୟ କରୋନା ପାଇଁ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଛି । ଅନ୍ୟପଟେ ରାଜ୍ୟ ଓମିକ୍ରନ୍ ଭୟ ସହ କରୋନା ସଂକ୍ରମଣ ବଢ଼ିିବାର ଆଶଙ୍କା ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତା ମୂଳ ପଦକ୍ଷପ ନେଇଛନ୍ତି। ମାସ୍କା, ସାନିଟାଇଜର୍ ପିନ୍ଧିବା ସହ ଅଯଥା ଭିଡ ଜମାଇବାକୁ ବାରଣ କରାଯାଉଛି।