ବେଙ୍ଗାଳୁରୁ: ଦେଶରେ ସ୍କୁଲ ଖୋଲିବା ପରେ କରୋନା ସଂକ୍ରମିତଙ୍କୁ ନେଇ ଚିନ୍ତା ବଢିଛି । ଏବେ ପୁଣି ଏକ ସ୍କୁଲ ଭିତରେ ୯୪ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ସମସ୍ତଙ୍କ ଚିନ୍ତାରେ ପକାଇଛି । କର୍ଣ୍ଣାଟକରେ ଏକ ଆବାସିକ ସ୍କୁଲରୁ ୯୪ ଜଣ ଛାତ୍ରଛାତ୍ରୀ ଓ ଷ୍ଟାଫ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ଉକ୍ତ ସ୍କୁଲରେ ୪୫୭ ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ସେଥିରୁ ୯୪ଟି ପଜିଟିଭ ଆସିଛି । ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ଶିକ୍ଷକ ଅଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ଉକ୍ତ ସ୍କୁଲ ଓ ହଷ୍ଟେଲକୁ ସିଲ କରାଯାଇଛି ।