ଶିମଲା : ହିମାଚଳ ପ୍ରଦେଶରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଶିମଲାରୁ ୪୫ କିମି ଦୂର ମଣ୍ଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ୩.୪ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତିର ବର୍ତ୍ତମାନ ସୁଦ୍ଧା ସୂଚନା ଆସିନାହିଁ ।
ପୂର୍ବରୁ ନଭେମ୍ବର ୨୪ରେ ହିମାଚଳ ପ୍ରଦେଶରେ ୪ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଅନ୍ୟପକ୍ଷରେ ହିମାଚଳରେ ଭୂକମ୍ପ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ନଭେମ୍ବର ୧୯ରେ ମଧ୍ୟ ମଣ୍ଡିରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୪ ରିକ୍ଟର ଥିଲା । ସୂଚନା ଅନୁଯାୟୀ ହିମାଚଳରେ ୨୮ ଦିନରେ ୧୨ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଶିମଲାରେ ୪ ଥର ଭୂକମ୍ପ ହୋଇଛି । ତେବେ ଏହି ଭୂକମ୍ପର ତୀବ୍ରତା ଅଧିକ ନଥିଲା ବୋଲି ଜଣାପଡିଛି ।