ଓହିଓରେ ଆଉ ଜଣେ ଭାରତୀୟ ଛାତ୍ରଙ୍କର ରହସ୍ୟଜନକ ମୃତ୍ୟୁ

ଯୁକ୍ତରାଷ୍ଟ୍ର ଆମେରିକାର ଓହିଓ ରାଜ୍ୟରେ ଆଉ ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ଦିନ ଭାରତୀୟ ଦୂତାବାସ ଉକ୍ତ ଖବର ପାଇ ଚିନ୍ତା ପ୍ରକଟ କରିଛି । ଚଳିତ ବର୍ଷ ପ୍ରାୟ ୧୦ ଜଣ ଭାରତୀୟ ଛାତ୍ର ଭିନ୍ନ ଭିନ୍ନ ପରିସ୍ଥିତିରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ନାମ ଉମା ସତ୍ୟ ସାଇ ଗଡ୍ଡେ; ସେ ଓହିଓର କ୍ଲିଭଲାଣ୍ଡରେ ଅଧ୍ୟୟନ କରୁଥିଲେ । ଉମା ସତ୍ୟଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପରିବାରକୁ ଜଣାଇ ଦିଆଯାଇଛି ।