ଆର୍‌ସିବିକୁ ୬ ୱିକେଟ୍‌ରେ ହରାଇଲା ରାଜସ୍ଥାନ ରୟାଲର୍ସ

ଜୟପୁର: ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲର୍ସ(ଆର୍‌ଆର୍) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ ପରାଜିତ କରିଛି । ରାଜସ୍ଥାନ ରୟାଲ୍‌ସ ଆଗରେ ୧୮୪ ରନ୍‌ର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ୪ ୱିକେଟ୍ ହରାଇ ୧୯.୧ ଓଭରରେ ଏହାକୁ ହାସଲ କରି ନେଇଥିଲା । ଜୋସ୍‌ ବଟ୍‌ଲରଙ୍କ ଅପରାଜିତ ଓ ସଞ୍ଜୁ ସାମ୍‌ସନଙ୍କ ଅର୍ଦ୍ଧଶତକ ବଳରେ ଆର୍‌ସିବିକୁ ୬ ୱିକେଟ୍‌ରେ ରାଜସ୍ଥାନ ପରାସ୍ତ କରିଛି। ଆର୍‌ସିବି ୩ ୱିକେଟରେ ୧୮୩ ରନ୍‌ କରିଥିଲା । ପରେ ୧୯.୧ ଓଭରରେ ୪ ୱିକେଟ୍‌ ହରାଇ ରାଜସ୍ଥାନ ଜିତି ନେଇଥିଲା । ପ୍ରଥମ ୪ଟିଯାକ ମ୍ୟାଚ୍‌ ଜିତି ୮ ପଏଣ୍ଟ ସହ ରାଜସ୍ଥାନ ଶୀର୍ଷକୁ ଉଠିଛି। ଆର୍‌ସିବି ୫ମ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି।