ରସୁଣ ଖାଇବାର ଉପକାରିତା ବିଷୟରେ ଜାଣନ୍ତୁ….

ଖାଦ୍ୟରେ କଞ୍ଚା ରସୁଣ ଖାଇଲେ ସହଜରେ ହଜମ ହେବା ଦ୍ୱାରା ପେଟ ଜନିତ ସମସ୍ୟାରୁ ଆପଣ ସୁରକ୍ଷିତ ରହିପାରିବେ । କଞ୍ଚା ରସୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏକ ରିପୋର୍ଟ ଅନୁସାରେ ରସୁଣରେ ଆଣ୍ଟିଫଙ୍ଗାଲ୍‌‌, ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ ଭରପୂର ରହିଛି । ଯାହା ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖେ ଏବଂ ଏହାକୁ ସମର୍ଥନ କରେ।

ସଂକ୍ରମଣ ସହିତ ମଧ୍ୟ ଲଢିବାକୁ ଶକ୍ତି ଯୋଗାଇଥାଏ । ରସୁଣରେ ଭିଟାମିନ୍‌‌-ସି ମଧ୍ୟ ରହିଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ହାର୍ଟକୁ ସୁସ୍ଥ ରଖେ ରସୁଣ । ରସୁଣ ଖାଇବା ଦ୍ୱାରା ଆପଣଙ୍କ ହାର୍ଟ କୌଣସି ରୋଗର ଶିକାର ହେବ ନାହିଁ । ରକ୍ତଚାପ ସ୍ୱାଭାବିକ ରହିଥାଏ, ଯାହାକି ହାର୍ଟକୁ ସୁସ୍ଥ ରଖିବାରେ ଉନ୍ନତି ଆଣିଥାଏ । କଞ୍ଚା ରସୁଣ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ସ୍ତର ବଢିନଥାଏ ।