ଗୁଜରାଟକୁ ହରାଇଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ

ସ୍ୱଳ୍ପ ରନର ଟାର୍ଗେଟ ଥିଲେ ମଧ୍ୟ ବିଜୟ ଲକ୍ଷ୍ୟ ପୂରଣ କରିପାରି ନଥିଲା ଗୁଜରାଟ। ପୂର୍ବତନ ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସକୁ ୩୩ ରନ୍‌ରେ ଲକ୍ଷ୍ନୌ ପରାସ୍ତ କରିଛି। ମାର୍କସ ଷ୍ଟଇନିସ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୫ ୱିକେଟରେ ୧୬୩ ରନ୍‌ କରିଥିଲା।

ପରେ ସାଇ ସୁଦର୍ଶନଙ୍କ ୩୧ ରନ୍‌ ସତ୍ତ୍ବେ ଗୁଜରାଟ ୧୮.୫ ଓଭରରେ ୧୩୦ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ହ୍ୟାଟ୍ରିକ୍‌ ବିଜୟ ପରେ ୪ଟି ମ୍ୟାଚ୍‌ରୁ ୬ ପଏଣ୍ଟ ପାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୩ୟ ସ୍ଥାନକୁ ଉଠିପାରିଛି। ଗୁଜରାଟ ଟାଇଟାନ୍‌ସ ୫ମ ମ୍ୟାଚ୍‌ରେ ୩ୟ ପରାଜୟ ଭୋଗିଛି।