କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୂର୍ତ୍ୟୁ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ବିଦେଶରୁ ଆସିଥିବା ଆଉଏକ ଚିତାର ମୃତ୍ୟୁ ହୋଇଛି । ମୃତ ଚିତାର ନାଁ ଉଦୟ, ଯାହାକୁ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିଲା । ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ତା’ର ମୃତ୍ୟୁ ହୋଇଛି । ଚଳିତ ବର୍ଷ ଫେବୃଆରୀ ମାସରେ ୧୨ ଚିତା ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ସେଥିମଧ୍ୟରେ ଉଦୟ ମଧ୍ୟ ଥିଲା । ଭେଟେନାରୀ ଟିମ୍ ସୋମବାର ଉଦୟ ମୃତଦେହର ପୋଷ୍ଟମର୍ଟମ କରିବେ ।