ଗ୍ରାହକଙ୍କୁ ପୁଣି ଝଟକା : ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା

ନୂଆଦିଲ୍ଲୀ : ସାଧାରଣ ଗ୍ରାହକଙ୍କୁ ବଡ ଝଟକା । ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡରର ମୂଲ୍ୟ । ଭାରତୀୟ ତୈଳ ନିଗମ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ତୈଳ କମ୍ପାନୀଗୁଡିକ ଦର ବୃଦ୍ଧି ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୧୦୦ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୨୦୨୧ ଟଙ୍କା ହୋଇଛି । ତଥାପି, ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୋଇନାହିଁ ।

ଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୯୯ ଟଙ୍କା ୫୦ ପଇସା ରହିଛି । କୋଲକାତାରେ ୯୨୬ ଟଙ୍କା ଏବଂ ଚେନ୍ନାଇରେ ୯୧୫ ଟଙ୍କା ୫୦ ପଇସାରେ ଉପଲବ୍ଧ ହେଉଛି । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ମାସର ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ସମୀକ୍ଷା ପରେ ଖଚଏ ଗ୍ୟାସର ମୂଲ୍ୟ ସଂଶୋଧନ କରନ୍ତି ।