ରାହୁଲଙ୍କ ୨୦ କୋଟିର ଅଫର!

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲ ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେସ୍‌ ରାହୁଲଙ୍କୁ ୨୦ କୋଟି ଟଙ୍କା ଅଫର ମିଳିଛି । ଆଇପିଏଲରେ ନୂଆକରି ସାମିଲ ହେଉଥିବା ଲକ୍ଷଣଉ ଟିମରେ ରାହୁଲ ସାମିଲ ସହ ଅଧିନାୟକ ହେବା ନେଇ ଚର୍ଚ୍ଚା ହେଉଛି । ଦଳରେ ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ଅନେକ ଫ୍ରାଞ୍ଚାଇଜ୍‌ ତାଙ୍କୁ କିଣିବାକୁ ଚାହିଁବେ ।

ଆଇପିଏଲ୍‌ରେ ଏଣ୍ଟ୍ରି କରିବାକୁ ଯାଉଥିବା ଲକ୍ଷନଉ ଟିମ୍‌ ରାହୁଲଙ୍କୁ ୨୦ କୋଟି ଟଙ୍କାରେ କିଣିବାକୁ ଅଫର ଦେଇଛି । ଯାହାକି ଆଇପିଏଲ ଇତିହାସରେ ସର୍ବାଧିକ । ଅନ୍ୟପକ୍ଷରେ ରାହୁଲ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ହେବାକୁ ଯାଉଛନ୍ତି । ଯଦି ସେ ଏହି ଟିମର ସାମିଲ ହେବେ ତେବେ ୨୦ କୋଟି ଟଙ୍କା ପାଇବେ । ପୂର୍ବରୁ ବିରାଟ କୋହଲି ସବୁଠାରୁ ଦାମୀ ଖେଳାଳି ଥିଲେ । ୨୦୧୮ରେ ତାଙ୍କୁ ୧୮ କୋଟି ଟଙ୍କାରେ କିରିଥିଲା ଆରସିବି ଟିମ ।