ମହାରାଷ୍ଟ୍ର ସରକାରଙ୍କୁ ଓମିକ୍ରନ ଭୟ

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ଭୟସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଟନ ଓମିକ୍ରନକୁ ଭୟାନକ ବୋଲି କହିବା ପରେ ମହାରାଷ୍ଟ୍ର ସରକାର ଏବେ ସମସ୍ତ ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି । ମହାରାଷ୍ଟ୍ର ସରକାର ସମସ୍ତ ଆନ୍ତଃରାଜ୍ୟ ଯାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଟିକାକରଣ କିମ୍ବା ଆରଟି-ପିସିଆର ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରିଛନ୍ତି ।

ଫଳରେ ଏବେ ଘରୋଇ ବିମାନ ଯାତ୍ରା କ୍ଷେତ୍ରରେ ମହାରାଷ୍ଟ୍ର ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଟିକା ନେଇଥିବାର ପ୍ରମାଣପତ୍ର ଦେବାକୁ ପଡିବ କିମ୍ବା ୪୮ ଘଣ୍ଟା ମଧ୍ୟରେ ଆରଟି-ପିସିଆର ଟେଷ୍ଟ କରି ନେଗେଟିଭ ଥିବାର ରିପୋର୍ଟ ଦେବାକୁ ପଡିବ ବୋଲି ଜଣାପଡିଛି ।