ଭାରତରେ ଖୁବଶୀଘ୍ର ବିନା ଛୁଞ୍ଚିରେ କୋଭିଡ ଟିକା ମିଳିବ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତରେ ବିନା ଛୁଞ୍ôଚରେ କୋଭିଡ ଟିକା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡାଇକୋଭ-ଡି ଉପଲବ୍ଧ ହେବ । ପ୍ରଥମେ ଏହି ଟିକା ୭ଟି ରାଜ୍ୟରେ ଦିଆଯିବ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ବିଶ୍ୱର ପ୍ରଥମ ପ୍ଲାସମିଡ୍‌ ଡିଏନଏ ଟିକା କୁହାଯାଉଥିବା ଏହି ଟିକାକୁ ଭାରତୀୟ ଫାର୍ମା କମ୍ପାନି ଜାଇଡସ୍‌ କାଡିଲା ପକ୍ଷରୁ ପ୍ରସ୍ତୁତ କରାଯାଉଛି । ଚଳିତ ମାସରେ ଭାରତ ସରକାରଙ୍କୁ ଏହି ଟିକା ଯୋଗାଣ ଆରମ୍ଭ କରିବ ।

କେନ୍ଦ୍ର ସରକାର ୧ କୋଟି ଡୋଜ୍‌ ଟିକା ପାଇଁ କମ୍ପାନିକୁ ଅର୍ଡର ଦେଇଛନ୍ତି । ଏହି ଡୋଜ ପିଛା ୨୬୫ ଟଙ୍କାରେ ସରକାର କିଣିବେ ବୋଲି ଜଣାପଡିଛି । ଏହାସହ ଏହି ଟିକାଦାନ ବେଳେ ଛୁଞ୍ଚି ବିହୀନ ଆପ୍ଲିକେଟରକୁ ୯୩ ଟଙ୍କାରେ କିଣିବେ କେନ୍ଦ୍ର ସରକାର । ଜାଇକୋଭ-ଡି ବିଶ୍ୱର ପ୍ରଥମ ଟିକା ଯାହାକି ବିନା ଛୁଞ୍ଚିରେ ଦିଆଯାଏ । ଅନ୍ୟପକ୍ଷରେ ଏହି ଟିକା ନେବାବେଳେ ଯନ୍ତ୍ରଣା ହୁଏ ନାହିଁ । ଏହି ଅଧିକ ନିରାପଦ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଭାରତୀୟ ଜଳବାୟୁକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି