ବିଳମ୍ବ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍‌!

ନୂଆଦିଲ୍ଲୀ: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଟୁରରେ ଗସ୍ତ କରିଥାନ୍ତା ଟିମ୍‌ ଇଣ୍ଡିଆ । କିନ୍ତୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ପାଇଁ ବିଳମ୍ବ ହୋଇପାରେ ଏହି ସିରିଜ । କରୋନାର ନୂଆ ଭାରିଏଣ୍ଟକୁ ଦୃଷ୍ଟିରେ ରଖି ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଟୁର୍‌ ଉପରେ ଅଧିକ ବିଚାର ପାଇଁ ସମୟ ମାଗିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଏନେଇ ଦୁଇ ଦେଶର ବୋର୍ଡ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ଓମିକ୍ରନ୍‌ ଦକ୍ଷିଣ ଆଫ୍ରିକାରେ ଦ୍ରୁତ ଗତିରେ ବ୍ୟାପିଥିବାର ଏହି ସିରିଜ ଏକ ସପ୍ତାହ ଘୁଞ୍ଚିପାରେ ବୋଲି ସେ କହିଛନ୍ତି । ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜକୁ ବାତିଲ କରିବ ନାହିଁ ବୋଲି କହିଥିଲା ବିସିସିଆଇ । ଓମିକ୍ରନକୁ ଦୃଷ୍ଟରେ ରଖି ଏହି ନିଷ୍ପତ୍ତି ଉପରେ ବିଚାର କରିପାରେ ବୋଲି କହିଛନ୍ତି ବିସିସିଆଇର ଅଧିକାରୀ । ପୂର୍ବରୁ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଭାରତୀୟ ଟିମକୁ ପୂରା ସୁରକ୍ଷିତ ବାୟୋ ବବଲରେ ରଖାଯିବ ବୋଲି କହିଥିଲେ । ଏହି ଟୁରରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ଟି ଟି-୨୦ ମ୍ୟାଚ ଖେଳିବ ।