କଂଗ୍ରେସକୁ ଟାର୍ଗେଟ କଲେ ମମତା

ମୁମ୍ବାଇ: ବିଜେପି ବିପକ୍ଷରେ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରୁଛନ୍ତି ଟିଏମସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିକୁ ହଟାଇବା ପାଇଁ ଆରମ୍ଭ କରିଛନ୍ତି ଏହି ମିସନ । ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ଭେଟିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିବା କହିଛନ୍ତି ମମତା । ତେବେ ମହାରାଷ୍ଟ୍ରର ଗସ୍ତରେ ଥିବା ମମତା ବାନାର୍ଜୀ ପୁଣିଥରେ କଂଗ୍ରେସକୁ ସମାଲୋଚନା କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରିବା ସହ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି ଯେ, ଯଦି ଆପଣ ଫିଲ୍ଡରେ ନ ରହି କାମ କରିବେ ତେବେ ବିଜେପିକୁ ହଟାଇବା ବେଶ୍‌ କଷ୍ଟ ।

ଯଦି ଆପଣ ଫିଲ୍ଡରେ ରହି କାମ କରିବେ ତେବେ ବିଜେପିକୁ ପରାସ୍ତ କରିହେବ । ଦିଦି କହିଥିଲେ କି ଯଦି କଂଗ୍ରେସ ଏବଂ ବାମପନ୍ଥୀ ଦଳ ଆମ ବିପକ୍ଷରେ ପଶ୍ଚିମବଙ୍ଗରେ ଲଢେଇ କରିପାରୁଛନ୍ତି ତେବେ ଆମେ ବି କଂଗ୍ରେସ ବିପକ୍ଷରେ ଯାଇପାରିବୁ । ବିଜେପିକୁ ପରାସ୍ତ କରିବା ପାଇଁ ଆମକୁ ଏହି ଲଢେଇ ଜାରି ରଖିବାକୁ ହେବ । ସେ ଆହୁରି କହିଥିଲେ କି ଆମେ ମହାରାଷ୍ଟ୍ରକୁ ଆସିବୁ ନାହିଁ । ଯେଉଁ ରାଜ୍ୟରେ ଆଞ୍ଚଳିକ ଦଳ ଭଲ କାମ କରୁଛନ୍ତି ଆମେ ସେଠାକୁ ଯିବୁ ନାହିଁ । ଆମେ ପଶ୍ଚିମବଙ୍ଗରେ ଠିକରେ ଅଛୁ କିନ୍ତୁ ଆମେ ପଶ୍ଚିମବଙ୍ଗରୁ ବାହାରକୁ ବାହାରିବାକୁ ଚାହୁଁଛୁ । ଅନ୍ୟପକ୍ଷରେ କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି କି ଏକ ଏକ୍ସପର୍ଟ କମିଟି ଗଠନ କରିବା ପାଇଁ ଆମେ କଂଗ୍ରେସକୁ କହିଥିଲୁ । କିନ୍ତୁ କଂଗ୍ରେସ ଆମ କଥାକୁ ଧ୍ୟାନ ଦେଲା ନାହିଁ । ଆମେ ଚାହୁଁଛୁ କି ସମଗ୍ର ଭାରତରେ ଏକ ସିଭିଲ ସୋସାଇଟି ଗଠନ କରାଯାଉ । ସେ ଆହୁରି କହିଥିଲେ କି ଯଦି ସମସ୍ତ ଆଞ୍ଚଳିକ ଦଳ ଏକାଠି ହୁଏନ୍ତି ତେବେ କେନ୍ଦ୍ରରେ ବିଜେପିକୁ ହଟା ଯାଇପାରିବ ।