ଗଦ୍ଦର-୨ରେ ପୁଣି ଏକାଠି ହେଲେ ସନ୍ନି-ଅମିଷା

ମୁମ୍ବାଇ: ଖୁବ୍‌ଶୀଘ୍ର ପରଦାକୁ ଆସିବ ସୁପରହିଟ୍‌ ଚଳଚ୍ଚିତ୍ର ଗଦ୍ଦର-୨ । ପୂର୍ବରୁ ରିଲିଜ୍‌ ହୋଇସାରିଥିବା ସୁପରହିଟ୍‌ ଚଳଚ୍ଚିତ୍ର ‘ଗଦ୍ଦର’ ଦର୍ଶକଙ୍କୁ ପସନ୍ଦ ଆସିଥିଲା । ଏଥିରେ ସନ୍ନି ଦେୱାଲ ଓ ଅମିଷା ପଟେଲ ଦମଦାର ଅଭିନୟ କରିଥିଲେ । ବର୍ତ୍ତମାନ ଏହାର ପାର୍ଟ-୨ର ସୁଟିଂ ଆରମ୍ଭ ହୋଇଯାଇଛି । ଏଥିରେ ଉଭୟ ସନ୍ନି-ଅମିଷା ସୁଟିଂ ସେଟରେ ବ୍ୟସ୍ତ ଥିବା ଜଣାପଡିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଚଳଚ୍ଚିତ୍ରଟିକୁ ଜି ଷ୍ଟୁଡିଓ ଓ ଅନିଲ ଶର୍ମା ପ୍ରଯୋଜନା କରିଛନ୍ତି । ଅନ୍ୟପକ୍ଷରେ ସନ୍ନି ଦେୱଲ ସୁଟିଂ ସେଟରେ ଫଟୋ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ସନ୍ନି ନିଜ ଫିଲ୍ମର ପୋଷ୍ଟର ଛାଡ଼ିବା ପରେ ଦର୍ଶକ ଖୁବ୍‌ ଉତ୍ସାହିତ ଥିବା ଜଣାପଡିଛି ।