ଏଣିକି ବିନା ଅନୁମତିରେ ଅନ୍ୟ କାହାର ଫଟୋ-ଭିଡିଓ ସେୟାର କରିପାରିବେନି

ନୂଆଦିଲ୍ଲୀ : ଏଣିକି ବିନା ଅନୁମତିରେ ଅନ୍ୟ କାହାର ଫଟୋ-ଭିଡିଓ ସେୟାର କରିପାରିବେନି । ଏନେଇ ପରିଚାଳନା କାର୍ଯ୍ୟଭାର ନେବା ପରାଗ ଏହି ନୂଆ ନିୟମ ସହ ମାର୍ଗଦର୍ଶିକା ଜାରି କରିଛନ୍ତି । ସେ କହିଛନ୍ତି ଜଣଙ୍କର ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ସେହି ବ୍ୟକ୍ତିଙ୍କ ବିନା ଅନୁମତିରେ କେହି ଟ୍ୱିଟରରେ ବ୍ୟବହାର କରିପାରିବେ ନାହିଁ । ଉତ୍ପିଡ଼ନକୁ ଦୃଷ୍ଟିରେ ରଖି ଏହି ନିୟମ କରାଯାଇଛି ବୋଲି ଟ୍ୱିଟର ସ୍ପଷ୍ଟ କରିଛି ।

ନୂଆ ନିୟମ ଅନୁଯାୟୀ କେବଳ ପ୍ରମୁଖ ଚେହେରା ଛଡ଼ା ଯଦି ଅନ୍ୟ କୌଣସି ୟୁଜର୍ସଙ୍କ ଫଟୋ ତାଙ୍କୁ ନପଚାରି ଟ୍ୱିଟରରେ ବ୍ୟବହାର କରାଯାଇଛି ସମ୍ପୃକ୍ତ ବ୍ୟକ୍ତି ବ୍ୟବହୃତ ଫଟୋକୁ ଟ୍ୱିଟର ହଟେଇବା ପାଇଁ କହିପାରିବେ । ଏବେ ନିଜର ବ୍ୟକ୍ତିଗତ ସୂଚନା ପ୍ରଚାର କରିବା ପାଇଁ ବାଧ୍ୟ କରିବା ବା କାହାକୁ ଏଥିପାଇଁ ପ୍ରୋତ୍ସାହନ ଦେବା ଗୋପନୀୟତା ନୀତିରେ ଅନ୍ତର୍ଭୁକ୍ତ । ଟ୍ୱିଟର କହିଛି ଯଦି କୌଣସି ବ୍ୟକ୍ତିଙ୍କର ଫଟୋ ବା ଭିଡିଓ ବ୍ୟବହାର କରାଯାଉଛି ତେବେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାରେ ଆଞ୍ଚ ଆସିବା ସହ ତାଙ୍କର ମାନସିକ ବା ଶାରୀରିକ ଭାବେ କ୍ଷତି ପହଞ୍ଚି ପାରେ । ତେଣୁ ଏହିଭଳି ଅଭିଯୋଗ ଯଦି ସମ୍ପୃକ୍ତ ବ୍ୟକ୍ତି କିମ୍ୱା ତାଙ୍କର ଅଭିଭାବକଙ୍କ ଠାରୁ ଆସେ ତାହେଲେ ଟ୍ୱିଟର ନିଜଆଡ଼ୁ ଏହି ଫଟୋ କମ୍ବା ଭିଡିଓକୁ ହଟାଇଦେବ ।