ମାଲଦ୍ୱୀପରେ ଇଲିଆନାଙ୍କ ବୋଲ୍ଡ ଅବତାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ ଏବେ ମାଲଦ୍ୱୀପରେ ଛୁଟି କାଟୁଛନ୍ତି । ଏନେଇ ସୋସିଆଲ ମିଡିଆରେ ତାଙ୍କ ଛୁଟିର ଝଲକ ଦେଖାଉଛନ୍ତି । ଇଲିଆନା ତାଙ୍କ ଇନଷ୍ଟାରେ ଗ୍ଲାମରସ୍‌ ଓ ବୋଲ୍ଡ ଅବତାରର ଫଟୋ ଓ ଭିଡିଓରେ ଦେଖିବାକୁ ମିଳୁଛି । ଏନେଇ ତାଙ୍କୁ ପ୍ରଶଂସକ ଲଗାତାର କମେଣ୍ଟ ଦେଉଛନ୍ତି । ଏହି ପୋଷ୍ଟରେ ଇଲିଆନା ସମୁଦ୍ର କୂଳରେ ବୁଲୁଥିବାର ନଜର ଆସିଛନ୍ତି । ଅନ୍ୟପକ୍ଷରେ ଇଲିଆନା ବିକିନିରେ ନଜର ଆସିଛନ୍ତି । ଇଲିଆନାଙ୍କ ଏହି ବୋଲ୍ଡ ଅବତାର ପ୍ରଶଂସକଙ୍କୁ ପାଗଳ କରିଛି । ତାଙ୍କର ଏହି ଫଟୋଗୁଡିକ ଦେଖିବା ପରେ ପ୍ରଶଂସକ ଭଳିକି ଭଳି କମେଣ୍ଟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ତୁମ ପରି ସୁନ୍ଦର କେହି ନାହାଁନ୍ତି । ଇଲିଆନାଙ୍କ ଏହି ବୋଲ୍ଡ ଅବତାରକୁ ବହୁତ ପସନ୍ଦ କରୁଛନ୍ତି ପ୍ରଶଂସକ ।