ମୁମ୍ବାଇ : ମୁମ୍ବାଇରେ ସହରରେ ଡ୍ରୋନ୍ ଉଡାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଗୁଇନ୍ଦା ସୂତ୍ର ଅନୁସାରେ ଆତଙ୍କବାଦୀ ମୁମ୍ବାଇରେ ବଡ ଧରଣର ଆକ୍ରମଣ କରିପାରନ୍ତି । ଏହାକୁ ନେଇ ମୁମ୍ବାଇ ପୋଲିସ ସତର୍କ ସୂଚନା ଜାରି କରିଛ । ଆକ୍ରମଣ ଆଶଙ୍କାରେ ଡ୍ରୋନ୍ ଉଡାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି ।
ସୂତ୍ର ଅନୁସାରେ ବର୍ତ୍ତମାନ ଉତ୍ସବ ମାହୋଲ ମଧ୍ୟରେ ରିମୋଟ୍ ଦ୍ବାରା ନିୟନ୍ତ୍ରିତ ହେଉଥିବା ଏୟାରକ୍ରାଫ୍ଟ ଏବଂ ଏୟାର ମିସାଇଲ ମାଧ୍ୟମରେ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ଆକ୍ରମଣ କରାଯାଇପାରେ । ଗତ ସପ୍ତାହରେ ଗୁଇନ୍ଦା ସୂତ୍ର ଅନୁସାରେ ଜଣାପଡିଥିଲା ଯେ, ପକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ଭାରତରେ ଆକ୍ରମଣ କରିବାର ଦାୟିତ୍ବ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଅଲ-ବନ୍ଦ୍ରକୁ ଦେଇଛି । ଏହି ସଂଗଠନର ଆତଙ୍କବାଦୀଙ୍କୁ ବିଶେଷ ତାଲିମ ଦେଇ ରାଓ୍ବଲକୋଟ, ଖୁଇରିଟା, ସମାନି ଏବଂ ସିଆଲକୋଟର ଲଞ୍ଚ୍ ପ୍ୟାଡ୍ କୁ ପଠାଇ ଦିଆଯାଇଛି ।