ଶାନ୍ତି ଲାଗି ନକ୍ସଲ ବିରୋଧରେ ସ୍ୱର ଉଠାଇଲେ ସ୍ୱାଭିମାନବାସୀ


ମାଲକାନଗିରି(ଏସ ନ୍ୟୁଜ ): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଣି ଶୁଭିଲା ମାଓ ବିରୋଧୀ ରଣହୁଙ୍କାର। ୧୦ରୁ ଅଧିକ ଗ୍ରାମବାସୀ ମିଳିତ ଭାବେ ମାଓ ବିରୋଧୀ ନାରା ଦେଇଛନ୍ତି । “ଆମକୁ ଶାନ୍ତି ଦରକାର, ହିଂସା ନୁହେଁ। ନିରୀହ ଜନତାକୁ ମାରିବା ବନ୍ଦ କରାଯାଉ। ମୃତ ଦାସ ଖେମୁଡୁ ଓ ଅନ୍ୟମାନଙ୍କୁ ନ୍ୟାୟ ମିଳୁ।” ଗତକାଲି ଏମିତି ନକ୍ସଲ ବିରୋଧରେ ନାରା ଦେଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳବାସୀ।

ଗତକାଲି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା ଖଜୁରିଗୁଡା ଠାରେ ମାଓବାଦୀ ଙ୍କୁ ବିରୋଧ କରି ହଜାର ହଜାର ଲୋକେ ଏକତ୍ରିତ ହୋଇଥିଲେ । ମାଓବାଦୀ ମାନେ ୨୦ ତାରିଖ ରାତିରେ ଖଜୁରୀଗୁଡାର ଦାଶ ଖେମୁଡୁ କୁ ପୋଲିସ ଇନ୍ଫୋର୍ମର କହି ଗୁଳି କରି ହତ୍ୟା କରିଥିଲେ । ଘଟଣାକୁ ନେଇ ଏବେ ମାଓବାଦୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ସ୍ୱାଭିମାନ ଅଞ୍ଚଳ ବାସୀ । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଥିବା ବେଳେ ଗତକାଲି ମାଓ ବିରୋଧୀ ମେଳି ହୋଇଥିଲା ।