ବିଜେପିରେ ମିଶିବେ ଅପର୍ଣ୍ଣା ଯାଦବ!

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଲାଗିପାରେ ଝଟକା । ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଛି । ୨୦୧୭ରେ ଅପର୍ଣ୍ଣା କେଣ୍ଟରୁ ନିର୍ବାଚନ ଲଢି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ବିଜେପି ପ୍ରାର୍ଥୀଙ୍କଠାରୁ ପରାସ୍ତ ହେବା ସହ ଅପର୍ଣ୍ଣାଙ୍କୁ ପ୍ରାୟ ୬୩ ହଜାର ଭୋଟ୍‌ ମିଳିଥିଲା । ସେହିପରି ଖୁବଶୀଘ୍ର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ମିଶିପାରନ୍ତି ।

ଅନ୍ୟପକ୍ଷରେ ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁବେଳେ ପ୍ରଶଂସା କରିନ୍ତି ।