ରାଜ୍ୟରେ ୧୧ ହଜାର ପାର କଲା କୋଭିଡ ମାମଲା

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ଧିରେ ଧିରେ ବୃଦ୍ଧି ପାଉଛି କୋଭିଡ ମାମଲା । ବର୍ତ୍ତମାନ ଏବେ ଦୈନିକ ମାମଲା ୧୧ ହଜାର ପାର କରିଛି କୋଭିଡ ସଂକ୍ରମଣ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମାମଳା ୧୧୩୩୯୧୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ସେହିପରି ଚିହ୍ନଟଙ୍କ ମଧ୍ୟରୁ ୬ ହଜାର ୪୭୯ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୪ ହଜାର ୬୯୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ୧୮ ବର୍ଷରୁ କମ ବୟସର ୧୦୧୬ ଜଣ ପଜିଟି ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୨, ବାଲେଶ୍ୱରରୁ ୩୪୨, ବରଗଡ଼ରୁ ୧୨୩, ଭଦ୍ରକରୁ ୯୨, ବଲାଙ୍ଗୀରରୁ ୩୧୨, ବୌଦ୍ଧରୁ ୭୧, କଟକରୁ ୮୨୯, ଦେଓଗଡ଼ରୁ ୨୫, ଢେଙ୍କାନାଳରୁ ୬୫, ଗଜପତିରୁ ୭୩, ଗଞ୍ଜାମରୁ ୧୦୮, ଜଗତସିଂହପୁରରୁ ୧୬୪, ଯାଜପୁରରୁ ୧୭୯, ଝାରସୁଗୁଡ଼ାରୁ ୧୯୩, କଳାହାଣ୍ଡିରୁ ୧୭୩, କନ୍ଧମାଳରୁ ୪୭, କେନ୍ଦ୍ରାପଡ଼ାରୁ ୭୧, କେନ୍ଦୁଝରରୁ ୬୯, ଖୋର୍ଦ୍ଧାରୁ ୩୪୨୪, କୋରାପୁଟରୁ ୧୫୨, ମାଲକାନଗିରିରୁ ୪୯, ମୟୁରଭଞ୍ଜରୁ ୨୭୬, ନବରଙ୍ଗପୁରରୁ ୧୫୫, ନୟାଗଡରୁ ୧୫୯, ନୂଆପଡ଼ାରୁ ୭୯, ପୁରୀରୁ ୧୪୧, ରାୟଗଡ଼ାରୁ ୧୮୪ଜଣ, ସମ୍ବଲପୁରରୁ ୩୭୯, ସୋନପୁରରୁ ୨୩୮, ସୁନ୍ଦରଗଡ ଜିଲ୍ଲାରୁ ୨୧୩୬ଜଣ, ଷ୍ଟେଟ ପୁଲରୁ ୭୩୭ ରହିଥିବା ଜଣାପଡିଛି ।