କଂଗ୍ରେସକୁ ବଡ଼ ଝଟକା: ପୂର୍ବତନ ମନ୍ତ୍ରୀ ଯୋଗୀନ୍ଦର ସିଂଙ୍କ ଇସ୍ତଫା

ନୂଆଦିଲ୍ଲୀ: କଂଗ୍ରେସର ଦଳିତ ନେତା ତଥା ପୂର୍ବତନ ମନ୍ତ୍ରୀ ଯୋଗୀନ୍ଦର ସିଂ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଇସ୍ତାଫା ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ସହ ଏକ କର୍ପୋରେସନର ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ଫଗୱାରାରୁ ୩ଥର ବିଧାୟକ ହୋଇଥିଲେ । ଯୋଗୀନ୍ଦର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କହିଛନ୍ତି ମୋର ସ୍ୱପ୍ନ ଥିଲା ମୃତ୍ୟୁ ବେଳେ କଂଗ୍ରେସର ଦଳୀୟ ପତାକା ମୋ ଶରୀରରେ ରଖାଯାଇଥାନ୍ତା । କିନ୍ତୁ ମ୍ୟାଟ୍ରିକ ଛାତ୍ରବୃତ୍ତି ଯୋଜନାର ଦୁର୍ନୀତି କରିଥିବା ଦୋଷୀଙ୍କୁ ସୁରକ୍ଷା ଦିଆଯାଉଛି । ଯେଉଁଥିପାଇଁ ଦଳରେ ରହିବା ପାଇଁ ମୋ ଆତ୍ମା ଚାହୁଁନାହିଁ ।

ସେ ଆହୁରି କହିଛନ୍ତି ଯେ ଅନୁସୂଚିତ ବର୍ଗର ଲକ୍ଷାଧିକ ଛାତ୍ରଛାତ୍ରୀମାନେ ଛାତ୍ରବୃତ୍ତି ପାଇବାରୁ ବଞ୍ଚିତ ଥିବାରୁ ଅନେକ ରାତି ଅନିଦ୍ରାରେ ବିତାଇଛନ୍ତି ବୋଲି ଯୋଗୀନ୍ଦର କହିଛନ୍ତି । ସେହିପରି ଫଗୱାରାରେ ରହୁଥିବା ଲୋକମାନେ ତାଙ୍କର ପ୍ରଶାସନିକ କାର୍ଯ୍ୟ କରିବା ପାଇଁ ୪୦କିମି ଦୂରରେ ଥିବା କାପୁରଥାଲାକୁ ଯାଆନ୍ତି । ଏହି କଷ୍ଟ ଦୂର ପାଇଁ ଏଠାକାର ବାସିନ୍ଦା ଫଗୱାରାକୁ ଜିଲ୍ଲାର ମାନ୍ୟତା ଦେବାପାଇଁ ଦାବି କରିଆସୁଛନ୍ତି କିନ୍ତୁ କିଛି ସୁଫଳ ମିଳୁନାହିଁ ବୋଲି ସେ କହିଛନ୍ତି ।