‘ଏନ୍‌ସିବି’ ପଚରାଉଚରା ବେଳେ କାନ୍ଦି ପକାଇଲେ ଆର୍‌ୟନ୍‌ ଖାନ୍‌

ମୁମ୍ବାଇ: ‘ନାକ୍ରୋଟିକ୍ସ୍‍ କଣ୍ଟ୍ରୋଲ୍‌ ବ୍ୟୁରୋ’ (ଏନ୍‌ସିବି) ଦ୍ୱାରା ଗିରଫ ହୋଇଥିବା ଆର୍‌ୟନ୍‌ ଖାନ୍‌ ପଚରାଉଚରା ବେଳେ ବିକଳ ହୋଇ କାନ୍ଦି ପକାଇଥିବା କଥା ଜଣାପଡ଼ିଛି। ରବିବାର ଦିନ ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌ କେସ୍‌’ରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍‌ୟନ୍‌ ଖାନ୍‌ଙ୍କୁ ଗିରଫ କରାଯାଇଥିଲା। ‘ଏନ୍‌ସିବି’ ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ, ପଚରାଉଚରା ସମୟରେ ଖୁବ୍‌ ଅଧୀର ହୋଇ କାନ୍ଦି ଚାଲିଥିଲେ। ପ୍ରାୟ ୪ ବର୍ଷ ହେଲା ସେ ମାଦକ ଦ୍ରବ୍ୟ ସେବନ କରୁଛନ୍ତି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି। ଗିରଫ ଆର୍‌ୟନ୍‌ଙ୍କୁ ‘ଏନ୍‌ସିବି’ ଅଧିକାରୀମାନେ ଶାହାରୁଖ ଖାନ୍‌ଙ୍କ ସହ ପ୍ରାୟ ଦୁଇ ମିନିଟ୍‌ କଥାବାର୍ତ୍ତା କରିବାକୁ ସୁଯୋଗ ଦେଇଥିଲେ।
‘ଏନ୍‌ସିବି’ ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଇଂଲଣ୍ଡ୍‌, ଦୁବାଇ ଏବଂ ଅନ୍ୟ ଦେଶମାନଙ୍କରେ ଥିବା ବେଳେ ମଧ୍ୟ ଆର୍‌ୟନ୍‌ ଖାନ୍‌ ମାଦକ ଦ୍ରବ୍ୟ ସେବନ କରୁଥିଲେ। ରବିବାର ଦିନ ଉକ୍ତ ‘ରେଭ୍‌ ପାର୍ଟି’ରୁ ଅଟକ ଥିବା ସମୁଦାୟ ୮ଜଣଙ୍କୁ ‘ଏନ୍‌ସିବି’ ଗିରଫ କରିଥିଲା।