କରୋନାରେ ମୃତ୍ୟୁ ହେଲେ ୫୦ ହଜାର ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ: କରୋନା ଜନିତ ମୃତ୍ୟୁ ହେଲେ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ଦେବାକୁ କେନ୍ଦ୍ରର ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଅନୁମୋଦନ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ମୃତକଙ୍କ ପରିବାରକୁ ଦିଆଯାଇଥିବା ଏହି କ୍ଷତିପୂରଣ ଅନ୍ୟ କଲ୍ୟାଣକାରୀ ଯୋଜନାଠାରୁ ଭିନ୍ନ ହେବ । ଦାବିର ୩୦ ଦିନ ମଧ୍ୟରେ ଏହି ଦେୟ ପ୍ରଦାନ କରାଯିବ । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ ।