‘ଆଶାରାମ, ରାମ ରହିମଙ୍କୁ ଗିରଫ କଲ, ଦମ୍ ଅଛି….’
ପ୍ରବଚକ ଦେବକୀନନ୍ଦନ ଠାକୁର ପୁଣିଥରେ ହିନ୍ଦୁରାଷ୍ଟ୍ର କଥା କହିଛନ୍ତି । ଝାଡ଼ଖଣ୍ଡର ମେଦିନୀନଗରରେ ଅନୁଷ୍ଠିତ ଏକ ଧାର୍ମିକ ସଭାରେ ଯୋଗଦାନ କରି ଦେବକୀନନ୍ଦନ କହିଛନ୍ତି, ହିନ୍ଦୁରାଷ୍ଟ୍ର ପ୍ରତିଷ୍ଠା ବିନା ରାମରାଜ୍ୟ ଭଳି ସୁବ୍ୟବସ୍ଥିତ ଶାସନ ବିଚାର କରାଯାଇ ପାରିବନି । ସାମାଜିକ ବୈଷମ୍ୟତା ଦୂର କରିବାର ଏକମାତ୍ର ବାଟ ହିନ୍ଦୁରାଷ୍ଟ୍ର ।
ଆଶାରାମ, ରାମ ରହିମ ଓ ରାମପାଲ ଭଳି ଧର୍ମଗୁରୁଙ୍କୁ ଜେଲକୁ ପଠାଇ ଦିଆଗଲା । ସାହସ ଅଛି ତ ଅନ୍ୟ ଧର୍ମଗୁରୁଙ୍କୁ ଜେଲକୁ ପଠାଇ ଦେଖ । ଇଂରେଜ ଶାସନ ସମୟରେ ସାଧୁସନ୍ଥଙ୍କୁ ଯେତିକି ଯନ୍ତ୍ରଣା ଦିଆଯାଇ ନଥିଲା; ସ୍ୱାଧିନ ଭାରତ ବର୍ଷରେ ସାଧୁସନ୍ଥମାନଙ୍କୁ ତା’ଠାରୁ ଯଥେଷ୍ଟ ଗୁଣ ଅଧିକ ଯନ୍ତ୍ରଣା ଓ ଅତ୍ୟାଚାର ଭୋଗିବାକୁ ପଡୁଛି । ସାଧୁସନ୍ଥଙ୍କୁ ନିର୍ଯାତନା ଦେଇ ରାମରାଜ୍ୟ ପ୍ରତିଷ୍ଠା ଆଦୌ ସମ୍ଭବ ନୁହେଁ ।