160×600
160×600

ଠାକୁର ଘରେ ଖଣ୍ଡିତ ପ୍ରତିମା ରଖନ୍ତୁନି

ଠାକୁର ଘରେ ଦେବଦେବୀଙ୍କର ଭଲ ପ୍ରତିମା ଅବା ଫଟୋ ରଖିବା ଉଚିତ । ଦେବଦେବୀଙ୍କର ହସହସ ପ୍ରତିମା ଅବା ଫଟୋ ରଖିବା ଫଳରେ ଘରେ ସକାରାତ୍ମକ ଶକ୍ତି ରହିଥାଏ । ସୁଖଶାନ୍ତି ଧନଦୌଲତ ବାଟ ଫିଟିଯାଏ । ଦେବଦେବୀଙ୍କ ଉଗ୍ରମୁଖା ପ୍ରତିମା ଓ ଫଟୋ ରଖିବା ଫଳରେ ଗୃହକର୍ତାଙ୍କ କଥା ଓ ଆଚରଣ ଉଗ୍ର ହୋଇଯାଏ ଯାହାର କୁପ୍ରଭାବ ସାରା ପରିବାରକୁ ଭୋଗିବାକୁ ପଡ଼ିଥାଏ ।

ଚିରାଫଟା ଫଟୋ ଅବା ଖଣ୍ଡିତ ପ୍ରତିମା ରଖିବା ଫଳରେ ଘରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ସୁଖଶାନ୍ତି ଧନଦୌଲତ ରାସ୍ତାରେ ନାନା ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ଘରୁ ଦାରିଦ୍ର୍ୟ ଦୂର ହୁଏନା । ପରିବାରର ଲୋକମାନେ ନାନା ରୋଗରେ କାଳାତିପାତ କରନ୍ତି ।