ଆସାମ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ: ଗୁଇନ୍ଦାଗିରି କରୁଛନ୍ତି କଂଗ୍ରେସ ସାଂସଦଙ୍କ ପତ୍ନୀ

ବିଧାନସଭା ନିର୍ବାଚନ ନିକଟ ହେଉଛି ….

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ନିକଟ ହେଉଛି। ରାଜନେତାଙ୍କ ଅଭିଯୋଗ, ପ୍ରତି ଅଭିଯୋଗ କ୍ରମେ ଜଟିଳ ହେଉଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପତ୍ନୀ ଏଲିଜାବେଥ ଗୋଗୋଇଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ,ଏଲିଜାବେଥ ଗୋଗୋଇ ପାକିସ୍ତାନ ପାଇଁ ଭାରତରେ ରହି ଗୁଇନ୍ଦାଗିରି କରୁଛନ୍ତି। ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିଛନ୍ତି। ଏହି ଅଭିଯୋଗଗୁଡ଼ିକୁ ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଏକ ଝଓଞ ରିପୋର୍ଟ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି।

ଉକ୍ତ ରିପୋର୍ଟ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବ୍ରିଟିଶ ବଂଶୋଭବ ପତ୍ନୀ ଏଲିଜାବେଥ କୋଲବର୍ନ ଗୋଗୋଇଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି, ଯେଉଁଥିରେ ପାକିସ୍ତାନରେ ତାଙ୍କର ଚାକିରି ଏବଂ ବିଦେଶୀ ପାଣ୍ଠି ସ୍ଥାନାନ୍ତର ଅନ୍ତର୍ଭୁକ୍ତ, ଯାହାକି ଭାରତର ବିଦେଶୀ ଅବଦାନ (ନିୟନ୍ତ୍ରଣ) ଆଇନ (ୠଉଜଇ) ଉଲ୍ଲଂଘନ କରୁଛି।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ, ଇସଲାମାବାଦରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏଲିଜାବେଥ ଗୋଗୋଇ ଖଋଇଊ ପାକିସ୍ତାନ (ଏକ ଜଳବାୟୁ-ପରିବର୍ତନ ଅଣ-ଲାଭକାରୀ ସଂଗଠନ)ର ଏକ ପ୍ରମୁଖ ଅଂଶ ଥିଲେ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ, ଏକ ପାକିସ୍ତାନୀ ଫାର୍ମ ଏଲିଜାବେଥ ଗୋଗୋଇଙ୍କୁ ନିଯୁକ୍ତି ଦେଇଥିଲା।