ଆସାମରେ କମୁଛି ବିପଦ, ବଢୁଛି ଦୁର୍ଦ୍ଦଶା

ଆସାମରେ ପ୍ରବାହିତ ହେଉଥିବା ବାରାକ ଓ କୁଶିୟାରା ନଦୀ ବିପଦ ସଙ୍କେତ ଉପରେ ରହିଛି….

ନୂଆଦିଲ୍ଲୀ: ଆସାମରେ ଭୟଙ୍କର ରୂପ ଧାରଣ କରିଛି ବନ୍ୟା । ଏବେସୁଦ୍ଧା ରାଜ୍ୟରେ ପ୍ରାୟ ୧୦୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ରିପୋର୍ଟ ଅନୁସାରେ, ରାଜ୍ୟରେ ବନ୍ୟା ପ୍ରଭାବିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବନ୍ୟା ପାଇଁ ୪୫.୩୪ ଲୋକ ପ୍ରଭାବିତ ହୋଇଛନ୍ତି । ସେନା ଓ ଏନଡିଆରଏଫ ଟିମ ବନ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଅଛନ୍ତି । ବାୟୁସେନା ମଧ୍ୟ ଉଦ୍ଧାରକାର୍ଯ୍ୟରେ ଲାଗିଛି । ଆସାମରେ ପ୍ରବାହିତ ହେଉଥିବା ବାରାକ ଓ କୁଶିୟାରା ନଦୀ ବିପଦ ସଙ୍କେତ ଉପରେ ରହିଛି । ଏହି ଦୁଇ ନଦୀ କାରଣରୁ ପ୍ରାୟ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବାରପେଟାରେ ସର୍ବାଧିକ ୧୦ ଲକ୍ଷ ୩୨ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ କାମରୂପରେ ୪,୨୯,୧୬୬, ଧୁବରୀରେ ୩୯୯୯୪୫ ଜଣ ପ୍ରଭାବିତ ହୋଇଛନ୍ତି ।