ଧୋନୀଙ୍କୁ ଟପିଲେ ବଟଲର

ଏହି ସିରିଜରେ ବଟଲର ମହେନ୍ଦ୍ର ସିଂହ ଧୋନୀଙ୍କ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି…

ନୂଆଦିଲ୍ଲୀ : ଇଂଲଣ୍ଡର ୱିକେଟ କିପର ବ୍ୟାଟସମ୍ୟାନ ଜୋସ ବଟଲର ଜବରଦସ୍ତ ଫର୍ମରେ ଅଛନ୍ତି । ନେଦରଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସେ ଏମିତି ବିସ୍ଫୋରକ ବ୍ୟାଟିଂ କରିଛନ୍ତି ଯେଉଁଥିରେ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି । ଏହି ସିରିଜରେ ବଟଲର ମହେନ୍ଦ୍ର ସିଂହ ଧୋନୀଙ୍କ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଗୋଟିଏ ଦିନିକିଆ ସିରିଜରେ ୱିକେଟ୍‌ କିପରଙ୍କ ଦ୍ୱାରା ସବୁଠୁ ଅଧିକ ଛକା ମାରିବାର ବିଶ୍ୱ ରେକର୍ଡ ଏବେ ବଟଲରଙ୍କ ନାମରେ ହୋଇ ଯାଇଛି । ଏହା ପୂର୍ବରୁ ଏହି ରେକର୍ଡ ଧୋନୀଙ୍କ ନାମରେ ଥିଲା । ବଟଲର ନେଦରଲାଣ୍ଡ ବିପକ୍ଷ ତିନି ମ୍ୟାଚର ଦିନିକିଆ ସିରିଜରେ ୧୯ ଛକା ମାରିଛନ୍ତି । ଧୋନୀ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ୧୭ ଛକା ମାରିଥିଲେ ।