ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୧୦୦୦ ନିଯୁକ୍ତିପତ୍ର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୨.୧୧.୨୦୨୨ ) ଆଭାସୀ ମାଧ୍ୟମରେ ଆୟୋଜିତ ରୋଜଗାର ମେଳାରେ ପ୍ରାୟ ୭୧୦୦୦ ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି ରୋଜଗାର ମେଳା ଏକ ଉତ୍‌ପ୍ରେରକ ଭାବେ କର୍ମନିଯୁକ୍ତି ବୃଦ୍ଧି କରିବା ସହ ଜାତୀୟ ବିକାଶରେ ଯୁବାଗୋଷ୍ଠୀଙ୍କୁ  ସିଧାସଳଖ ସେମାନଙ୍କ ଅବଦାନ ନିମନ୍ତେ ସଶକ୍ତ କରିବ ।

ପୂର୍ବରୁ ଅକ୍ଟୋବର ମାସରେ ରୋଜଗାର ମେଳା ଅଧୀନରେ ନବନିଯୁକ୍ତଙ୍କୁ ୭୫ହଜାର ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା ।

ସମବେତ ନିଯୁକ୍ତିଧାରୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ୪୫ରୁ ଅଧିକ ସହରରେ ୭୧ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏହା ଅନେକ ପରିବାର ନିମନ୍ତେ ହସଖୁସିର ନୂତନ ଯୁଗ ଆରମ୍ଭ କରିବ । ଧନତରାସ ଦିନ କେନ୍ଦ୍ର ସରକାର ୭୫ହଜାର ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଆଜିର ରୋଜଗାର ମେଳା ଏକ ପ୍ରମାଣ ଯେ କେନ୍ଦ୍ର ସରକାର ଦେଶର ଯୁବ ସମାଜକୁ ମିଶନ ମୋଡରେ ରୋଜଗାର ସୁଯୋଗ ପ୍ରଦାନ କରୁଛନ୍ତି”  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ମାସକ ପୂର୍ବରୁ ଆରମ୍ଭ କରାଯାଇଥିବା ରୋଜଗାର ମେଳାର ଅବତାରଣାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମୟେ ସମୟେ ଏପରି ରୋଜଗାର ମେଳାମାନ ଆୟୋଜନ କରିବେ । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ,ଜମ୍ମୁ ଓ କଶ୍ମୀର, ଲଦାଖ, ଆଣ୍ଡାମାନ ଏବଂ ନିକୋବାର, ଲାକ୍ଷାଦ୍ୱୀପ, ଦାମନ ଓ ଡିଉ, ଦାଦ୍ରା ଓ ନଗର ହାବେଳୀ ଏବଂ ଚଣ୍ଡୀଗଡର ସରକାରଗଣ ହଜାର ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଥିବାରୁ ସେ ସନ୍ତୋଷ ପ୍ରକଟ କରିଥିଲେ । ଅଳ୍ପଦିନ ମଧ୍ୟରେ ଗୋଆ ଓ ତ୍ରିପୁରା ଏପରି ନିଯୁକ୍ତି ମେଳା ଆରମ୍ଭ କରିବେ ବୋଲି ସେ କହିଥିଲେ । ଏପରି ବିଶାଳ ପଦକ୍ଷେପର ଶ୍ରେୟ ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ ସରକାରକୁ ଦେବା ସହ ଭାରତର ଯୁବଶକ୍ତିକୁ ସଶସ୍ତ୍ର କରିବା ପାଇଁ ଏଭଳି ନିଯୁକ୍ତି ମେଳା ସମୟେ ସମୟେ ଆୟୋଜି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବଶକ୍ତି ହେଉଛି ଦେଶର ସବୁଠାରୁ ବଡ ବଳ । କେନ୍ଦ୍ର ସରକାର ସେମାନଙ୍କ ମେଧା ଓ ଶକ୍ତିକୁ ଦେଶ ଗଠନରେ ଉପଯୋଗ କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ସେ ନୂତନ ଜନ ସେବକଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ସେମାନେ ଏକ ସ୍ୱତନ୍ତ୍ର ସମୟ କାଳ ଅର୍ଥାତ୍ ଅମୃତକାଳରେ ଏହି ପ୍ରକାର ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ବୋଲି ଶ୍ରୀ ମୋଦୀ ସେମାନଙ୍କୁ ସ୍ମରଣ କରାଇ ଦେଇଥିଲେ ।  ଅମୃତ କାଳ ମଧ୍ୟରେ ଭାରତ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ ହେବାକୁ ନେଇଥିବା ସଂକଳ୍ପ ଉପରେ ସେ ଆଲୋକପାତ କରିଥିଲେ । କେନ୍ଦ୍ର ସରକାରଙ୍କ ପ୍ରତିନିଧି ହିସାବରେ ସେମାନେ ନିଜର ଭୂମିକା ଓ କର୍ତ୍ତବ୍ୟକୁ ବିସ୍ତୃତଭାବେ ବୁଝିବା ଉଚିତ ଓ ସବୁବେଳେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସାମର୍ଥ୍ୟ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ସେମାନଙ୍କୁ କହିଥିଲେ ।

ଆଜି ଆରମ୍ଭ ହୋଇଥିବା କର୍ମଯୋଗୀ ଭାରତ ପ୍ରଯୁକ୍ତି ମଞ୍ଚ ଉପରେ ଆଲୋକପାତ କରି ସରକାରୀ କର୍ମଚାରୀଙ୍କ ନିମନ୍ତେ ଅନେକ ଅନଲାଇନ ପାଠ୍ୟକ୍ରମ ଉପଲବ୍ଧ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସରକାରୀ କର୍ମଚାରୀଙ୍କ ନିମନ୍ତେ ପ୍ରସ୍ତୁତ ସ୍ୱତନ୍ତ୍ର ପାଠ୍ୟକ୍ରମ କର୍ମଯୋଗୀ ପ୍ରାରମ୍ଭ ଉପରେ ଗୁରୁତ୍ୱାଆରୋପ କରି ନବନିଯୁକ୍ତିମାନଙ୍କୁ ଏହାକୁ ଅମୂଳଚୂଳ ପାଠ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଥିବା ସୁବିଧା ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀଏହା ସେମାନଙ୍କ କୌଶଳ ବିକାଶର ଏକ ବିରାଟ ଉତ୍ସ ହେବା ସହ ଭବିଷ୍ୟତରେ ସେମାନଙ୍କୁ ସାହାଯ୍ୟ କରିବ ବୋଲି କହିଥିଲେ ।

ବୈଶ୍ୱିକ ମହାମାରୀ ଓ ଯୁଦ୍ଧ ଯୋଗୁଁ ବିଶ୍ୱସ୍ତରରେ ଯୁବ ସମାଜ ପାଇଁ ସୃଷ୍ଟି ହୋଇଥିବା ଜଟିଳତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତ୍ତମାନର କଷ୍ଟକର ସମୟରେ ମଧ୍ୟ ଭାରତର ଅଭିବୃଦ୍ଧି ଗତି ସମ୍ପର୍କରେ ବିଶେଷଜ୍ଞ ମାନେ ବେଶ୍ ଆଶାବାଦୀ । ବିଶେଷଜ୍ଞଙ୍କ ମତରେ ଭାରତ ସେବା କ୍ଷେତ୍ରରେ ଏକ ପ୍ରମୁଖ ଶକ୍ତି ହୋଇଥିବାବେଳେ ନିର୍ମାଣ କ୍ଷେତ୍ରରେ ଏହା ବୈଶ୍ୱିକ କେନ୍ଦ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ପିଏଲଆଇ ଭଳି ପଦକ୍ଷେପ ଏ କ୍ଷେତ୍ରରେ ଏକ ବିରାଟ ଭୂମିକା ଗ୍ରହଣ କରିବ । ଏଥିରେ ଯୁବଗୋଷ୍ଠୀ ଓ କୁଶଳୀ ମାନବସମ୍ବଳ ହିଁ ଏହାର ମୂଳଦୁଆ ଭାବେ କାର୍ଯ୍ୟ କରିବେ । ପିଏଲଆଇ ଯୋଜନା କେବଳ ୬୦ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମେକ୍ ଇନ୍ ଇଣ୍ଡିଆ, ଭୋକାଲ ଫର ଲୋକାଲ, ଟେକିଂ ଗ୍ଲୋବାଲ, ଗ୍ଲୋବାଲ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି  ବୋଲି ସେ କହିଥିଲେ । ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯୁବକ-ଯୁବତୀମାନଙ୍କ ନିମନ୍ତେ ଏହି ସୁଯୋଗ ସେମାନଙ୍କ ନିଜସ୍ୱ ସହର ଓ ଗ୍ରାମରେ ଉପଲବ୍ଧ ହେଉଛି । ଏହା ସେମାନଙ୍କୁ ବାହାରକୁ ପଳାୟନ କରିବାର ବାଧ୍ୟବାଧ୍ୟକତା ହ୍ରାସ କରିବା ସହ ସେମାନେ ନିଜ ଅଞ୍ଚଳର ବିକାଶରେ ଭୂମିକା ଗ୍ରହଣ କରିପାରିବେ” ବୋଲି ସେ କହିଥିଲେ ।

କିପରି ନୂତନ ସୁଯୋଗ ଷ୍ଟାର୍ଟଅପ୍‌ରୁ ଆରମ୍ଭ କରି ଆତ୍ମନିଯୁକ୍ତି ଓ ମହାକାଶଠାରୁ ଡ୍ରୋନ ପର୍ଯ୍ୟନ୍ତ ଲମ୍ବିଛି ବୋଲି ସେ କହିଥିଲେ । ୮୦,୦୦୦ ଷ୍ଟାର୍ଟ-ଅପ୍ ଦେଶର ଯୁବକ-ଯୁବତୀମାନଙ୍କୁ ସେମାନଙ୍କ ମେଧା ପ୍ରଦର୍ଶନ ପାଇଁ ସୁଯୋଗ ଦେଇଛନ୍ତି । ଡ୍ରୋନ ଆଜିକାଲି ଔଷଧ, କୀଟନାଶକ, ସ୍ୱାମୀତ୍ୱ ଯୋଜନାରେ ମାନଚିତ୍ର ଅଙ୍କନ ଓ ପ୍ରତିରକ୍ଷା କ୍ଷେତ୍ରରେ ବହୁଳ ଭାବେ ପ୍ରୟୋଗ କରାଯାଉଛି । ଏହା ଯୁବଗୋଷ୍ଠୀ ପାଇଁ ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । କିଛିଦିନ ଆଗରୁ ଭାରତର ପ୍ରଥମ ଘରୋଇ ମହାକାଶ ରକେଟ ପ୍ରକ୍ଷେପଣ ବିଷୟ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏହାକୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିବା ସହ କିପରି ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ତା’ର ପ୍ରଶଂସା କରିଥିଲେ । ସେ ମଧ୍ୟ ୩୫ କୋଟିରୁ ଅଧିକ ମୁଦ୍ରାଋଣ ମଞ୍ଜୁର ହୋଇଥିବା ବିଷୟରେ ଅବତାରଣା କରିଥିଲେ । ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଯୋଗୁଁ ଦେଶରେ କିପରି ନୂତନ ନିଯୁକ୍ତି ସୁଯୋଗ ବୃଦ୍ଧି ହୋଇଛି ତାହା ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ନବନିଯୁକ୍ତି ମାନଙ୍କ ନୂତନ ସୁଯୋଗଗୁଡିକର ସଦ୍‌ବ୍ୟବହାର କରିବାକୁ ନିବେଦନ କରିଥିଲେ । ସେ କହିଥିଲେ ଯେ ଏହି ନିଯୁକ୍ତି କେବଳ ମାତ୍ର ପ୍ରବେଶ ଓ ଏହା ସେମାନଙ୍କ ପାଇଁ ଅଭିବୃଦ୍ଧିର ବିଶାଳପଥ ଉନ୍ମୁକ୍ତ କରିଛି ଓ ଏଥିପାଇଁ ହକ୍‌ଦାର ପ୍ରାର୍ଥୀ ଭଳି ଅଭିଜ୍ଞତାଓ ନିଜର ବରିଷ୍ଠ ସହକର୍ମୀଙ୍କଠାରୁ ଶିଖିବାକୁ ସେ ପରାମର୍ଶ ଦେଇଥିଲେ । ନଜର ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ସେୟାର କରି କହିଥିଲେ ଯେ କେବେ ମଧ ନିଜ ଭିତରେ ଥିବା ଆତ୍ମାରୂପୀ ଛାତ୍ରକୁ ଧ୍ୱଂସ ହେବାକୁ ଦିଅନାହିଁ । ପ୍ରଧାନମନ୍ତ୍ରୀ ନବନିଯୁକ୍ତିଙ୍କୁ ସେମାନଙ୍କ ଅଭିଜ୍ଞତା ଅନଲାଇନରେ ସେୟାର କରି କର୍ମଯୋଗୀ ଭାରତ ପ୍ଲାଟଫର୍ମ ସମ୍ପର୍କରେ ଫିଡବ୍ୟାଙ୍କ ଦେଇ ଏହାକୁ ଉନ୍ନତ କରିବା ନେଇ ପରାମର୍ଶ ଦେଇଥିଲେ । “ଆମେ ଭାରତକୁ ଉନ୍ନତ ରାଷ୍ଟ୍ରକରି ଗଢି ତୋଲିବା ରାସ୍ତାରେ ଅଛୁଁ । ଏହି ଲକ୍ଷ୍ୟ ନେଇ ଚାଲନ୍ତୁ ଆଗେଇଯିବା” କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

ପୃଷ୍ଠଭୂମି- କର୍ମନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ  ଅଗ୍ରାଧିକାର ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାର ନିଦର୍ଶନ ହେଉଛି ରୋଜଗାର ମେଳା । ରୋଜଗାର ମେଳା ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଅନୁପ୍ରେରିତ କରିବା ତଥା ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ସହ ଜାତୀୟ ବିକାଶରେ ସେମାନଙ୍କ ପ୍ରତ୍ୟକ୍ଷ ଅଂଶୀଦାରୀତା ସୁନିଶ୍ଚିତ କରିବ । ନୂତନ ଭାବେ ପ୍ରବର୍ତ୍ତିତ ରୋଜଗାର ମେଳା ଜରିଆରେ ଗତ ଅକ୍ଟୋବର ମାସରେ ୭୫ହଜାର ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା ।

(ଗୁଜରାଟ ଓ ହିମାଚଳ ପ୍ରଦେଶ) ଛାଡି ଦେଶର ୪୫ଟି ସ୍ଥାନରେ ନିଯୁକ୍ତିପତ୍ରର ନକଲ ସିଧାସଳଖ ପ୍ରଦାନ କରାଯିବ । ଆଗରୁ ପୂରଣ କରାଯାଇଥିବା ପଦବୀଗୁଡିକ ସହ ଶିକ୍ଷକ, ଶିକ୍ଷକ, ଅଧ୍ୟାପକ, ସେବିକା, ସେବିକା ଅଧିକାରୀ, ଡାକ୍ତର, ଫର୍ମାସିଷ୍ଟି, ରେଡିଓଗ୍ରାଫର ଓ ଅନ୍ୟାନ୍ୟ ବୈଷୟିକ ଓ ପାରା ମେଡିକାଲ କର୍ମଚାରୀ ପଦବୀ ମଧ୍ୟ ପୂରଣ କରାଯିବ । ସିଏପିଏଫର ବିଭିନ୍ନ ପଦବୀ ଗୃହମନ୍ତ୍ରଣାଳୟ ଜରିଆରେ ପୂରଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମୋଡୁଲ ଶୁଭାରମ୍ଭ କରିଛନ୍ତି । ନୂତନ କର୍ମଚାରୀମାନଙ୍କ ନିମନ୍ତେ ଏହା ଏକ ଅନଲାଇନ ପାଠ୍ୟକ୍ରମ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ପରିଚାଳିତ ହେଉଛି । ଏଥିରେ ସରକାରୀ କର୍ମଚାରୀଙ୍କ ନିମନ୍ତେ ଆଚାର ସଂହିତା, କର୍ମସ୍ଥଳୀର ନୈତିକତା, ସଂହତି, ମାନବ ସମ୍ବଳ ନୀତି ବ୍ୟତୀତ ସେମାନଙ୍କ ନୂତନ ଭୂମିକା ନେଇ ମାର୍ଗଦର୍ଶିକାମାନ ରହିଛି । ଏହା ଛଡା କୌଶଳ ବିକାଶ ନେଇ ସେମାନେ  igotkarmayogi.gov.in ଜରିଆରେ ଜାଣିବା ପାଇଁ ପର୍ଯ୍ୟାନ୍ତ ସୁଯୋଗ ପାଇବେ ।