ସ୍ୱାଧିନତାର ମାନେ ନୁହେଁ ନ୍ୟାୟପାଳିକା ପ୍ରତି ଆକ୍ଷେପ: ଜଷ୍ଟିସ୍ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଆଗପଛ ବିଚାର ନକରି ବିଚାରପତିଙ୍କ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ଲୋକମାନଙ୍କର ଏକ ଅଭ୍ୟାସଗତ ହୋଇଗଲାଣି । କୋର୍ଟରେ ଗୋଟିଏ ଗୋଟିଏ ମାମଲାର ବିଚାର ଅବଧି ବର୍ଷ ବର୍ଷ ମାସ ମାସ ଦିନ ଦିନ ଲାଗିଯାଉଛି । ମାତ୍ର ଉକ୍ତ ରାୟଟି ପ୍ରକାଶ ପାଇବା ମାତ୍ରେ ତା’ର ପୃଷ୍ଠଭୂମି ପ୍ରତି ଦୃଷ୍ଟିପାତ ନକରି ଚଟାପଟ୍‌ ଏକ ପ୍ରତିକ୍ରିୟା ପ୍ରକାଶ କରି ତାକୁ ସୋସିଆଲ ମିଡିଆ ପ୍ଲାଟ୍‌ ଫର୍ମରେ ପରିବେଷଣ କରିବା ଆଦୌ ଗ୍ରହଣୀୟ ନୁହେଁ ।

ଏଭଳି ଆଭିମୁଖ୍ୟ କୋର୍ଟର ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଏକ ଆଲୋଚନା ଚକ୍ରରେ ଭାଗ ନେଇ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ।

ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ମତରେ ବିଭିନ୍ନ ସାମାଜିକ ଗଣମିଡିଆରେ ଭିନ୍ନ ଭିନ୍ନ ସାମାଜିକ ଚାପ ପ୍ରୟୋଗକାରୀ ଗୋଷ୍ଠୀଙ୍କ ଏକପାଖିଆ ମତଦାନ ନ୍ୟାୟପାଳିକାର ପବିତ୍ର ବାତାବରଣକୁ କଳୁୂଷିତ କରୁଛି ।

ସ୍ୱାଧିନତାର ମାନେ ନୁହେଁ ଯେ ଭାରତର ନ୍ୟାୟପାଳିକା ପ୍ରତି କଟାକ୍ଷ କରିବା ।