ପଶ୍ଚିମବଙ୍ଗ ଉପନିର୍ବାଚନ: ୬ଟି ଯାକ ଆସନରେ ମମତା, ବିଜେପି ଭକୁଆ

କୋଲକାତା: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିକୁ ବିରାଟ ସଫଳତା ମିଳିଥିଲା ବେଳେ ପଶ୍ଚିମବଙ୍ଗର ୬ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଗୋଟିଏ ବି ଆସନ ମିଳିପାରିନି ।

ମମତାଙ୍କ ତୃଣମୂଳ କଂଗ୍ରେସ ନିକଟରେ ବିଜେପି ଓ ସିପିଆଇ ମଳିନ ପଡ଼ିଯାଇଛି ।

ଆର୍‌ ଜି କର ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ପ୍ରତି ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତାଙ୍କ ସରକାରଙ୍କୁ ଦାୟୀ କରି ବିଜେପି ଓ ବାମପନ୍ଥୀ ଗୋଷ୍ଠୀ ଯେତେ ତୁମ୍ବିତୋଫାନ କଲେ ମଧ୍ୟ କିଛି ଲାଭ ହେଲାନି ।

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ବିଜେପିର ତୃଣମୂଳକୁ ସୁଦୃଢ଼ ନକଲେ, ମମତାଙ୍କୁ କ୍ଷମତାଚ୍ୟୁତ କରିବା ସମ୍ଭବ ନୁହେଁ । ମମତାଙ୍କ ଜନବିରୋଧୀ ଆଭିମୁଖ୍ୟକୁ ଭୋଟରେ ବଦଳାଇବା ବିଜେପିର ପ୍ରାଥମିକ କାର୍ଯ୍ୟ ହେବା ଉଚିତ ।