ପଞ୍ଜାବ: ଶୋଭାଯାତ୍ରାକୁ କେନ୍ଦ୍ର କରି ପୋଲିସ ଉପରେ ଆକ୍ରମଣ ହୋଇଛି । ଏହି ଘଟଣା ପଞ୍ଜାବର ପଟିୟାଲାରେ ଘଟିଛି । ସୂଚନାଯୋଗ୍ୟ ଯେ ଶୋଭାଯାତ୍ରାକୁ କେନ୍ଦ୍ର କରି ଦୁଇ ସମୁଦାୟ ମଧ୍ୟରେ ହିଂସାତ୍ମକ ଆକ୍ରମଣ ଦେଖିବାକୁ ମିଳିଛି । ଏହି ସମୟରେ ପୁଲିସ ଅଟକାଇବାରୁ ପଥର ସହ ତଲୱାର ଆକ୍ରମଣର ଶିକାର ହେବାକୁ ପଡିଛି । ଏଥିରେ ଅନେକ ପୋଲିସଙ୍କ ସମେତ ସାଧାରଣ ଜନତା ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଉଭୟ ସମୁଦାୟ ଫବାରା ଛକ ପଟକୁ ଶୋଭାଯାତ୍ରା କରିବାକୁ ଚାହୁଁଥିଲେ । ଆଉ ଉଭୟ ସମୁଦାୟ ପାଖରେ ଅନୁମତି ନଥିବାରୁ ପୁଲିସ ଯିବାକୁ ଦେଇନଥିଲା । ଏହାକୁ କେନ୍ଦ୍ର କରି ସେମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ ।