ଏହି ରାଜ୍ୟକୁ ଫେରିଲା ମାସ୍କ କଟକଣା

ଉତ୍ତର ପ୍ରଦେଶରେ କରୋନା ଭାଇରସ ସଂକ୍ରମଣ ପୁଣି ଥରେ….

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ କରୋନା ଭାଇରସ ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ସଂକ୍ରମଣ ବୃଦ୍ଧିକୁ ନେଇ ସରକାର ସ୍କୁଲପିଲାଙ୍କ ପାଇଁ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଏହି ଗାଇଡଲାଇନରେ ସମସ୍ତ ସ୍କୁଲ ପାଇଁ ମାସ୍କ ବାଧ୍ୟତାମୂଳକ କରିଦିଆଯାଇଛି । ଏଥି ସହିତ ସମସ୍ତ ସ୍କୁଲରେ ସଂକ୍ରମଣ ରୋକିବା ପାଇଁ ବୃହତ୍ତ ସ୍ତରରେ ଅଭିଯାନ ଆରମ୍ଭ ହୋଇଯାଇଛି । କୋଭିଡ ସହାୟତ ଡେକ୍ସ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ଏବେ ହାତଧୋଇବା ଓ ସାନିଟାଇଜ ପରେ ହିଁ ପିଲାମାନେ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ କରିପାରିବେ । ଶିକ୍ଷକମାନଙ୍କୁ ମଧ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ହେବ । ଗୌତମବୁଦ୍ଧନଗର, ଗାଜିଆବାଦ, ମେରଠ, ହାପୁଡ, ବୁଲନ୍ଦସହର, ବାଗପତ ଓ ଲଖନଉର ସ୍କୁଲଗୁଡିକରେ ଛାତ୍ର, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଦିଆଯାଇଛି ।