ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ବିଜେପିର ମହାନାଟକ

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଛି ସିବିଆଇ । ଉକ୍ତ ଘଟଣାରେ ତିନିଜଣ ରେଳ କର୍ମଚାରୀଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି । ଏବେ ବାହାନଗା ଷ୍ଟେସନ ମାଷ୍ଟରଙ୍କୁ ସମନ କରିଛି । ଏତେ ନାଟକ କ’ଣ ପାଇଁ? ମୋଦି ସରକାରଙ୍କ ଢିଲାଶାସନକୁ ଲୁଚାଇବା ପାଇଁ ।

ଦୁର୍ଘଟଣାରେ ଯୋଉମାନେ ସଂପର୍କୀୟଙ୍କୁ ହରାଇଛନ୍ତି, ସିବିଆଇ ସେମାନଙ୍କ ସଂପର୍କୀୟଙ୍କୁ ଫେରାଇ ପାରିବ କି? ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିଦେଇ ଚାପ୍ଟର ବନ୍ଦ କରାଯାଉ ନତୁବା ରେଳବାଇର ଖାମଖିଆଲି କାମ ପାଇଁ ମୋଦି ସରକାରକୁ ଦାୟୀ କରାଯାଉ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେତୋଟି ଷ୍ଟେସନକୁ ଅଚାନକ ଗସ୍ତ କରି ସେଠାକାର କର୍ମଚାରୀଙ୍କ କାର୍ଯ୍ୟଧାରାକୁ ଅନୁଶୀଳନ କରିଛନ୍ତି, ତାକୁ ମଧ୍ୟ ବିଚାରକୁ ନେବା ଉଚିତ ।
ଲୋକଙ୍କ ଜୀବନ ଏତେ ଶସ୍ତା ନୁହେଁ । ଦୁର୍ଘଟଣା ପାଇଁ କିଛି ରେଳ କର୍ମଚାରୀଙ୍କୁ ଦାୟୀ କରିଦେଲେ ଚଳିବନି । କ୍ଷମତା କେନ୍ଦ୍ରରେ ବସିଥିବା ବରିଷ୍ଠ ପ୍ରଶାସକ ଓ ମନ୍ତ୍ରୀମାନେ ଆପଣା ଢିଲାପଣିଆକୁ ଘୋଡ଼ାଇବା ପାଇଁ ଏତେସବୁ ନାଟକବାଜି କରୁଛନ୍ତି ।

ଚାକରଙ୍କ କାମକୁ ସମୟ ସମୟରେ ଅନୁଧ୍ୟାନ କଲେ, ଚାକରମାନେ କେବେ କାମରେ ଢିଲା କରିବେନି । ଏକଥା ଅଶ୍ୱିନୀ ବୈଷ୍ଣବଙ୍କୁ ଶିଖାଇବାକୁ ପଡ଼ିବ କି? ସିବିଆଇ ତଦନ୍ତର ପରବର୍ତୀ ଶିକାର ହୋଇଛନ୍ତି ବାହାନଗା ଷ୍ଟେସନ ମାଷ୍ଟର ।

ଟ୍ରେନ ଦୁର୍ଘଟଣା ମାମଲାରେ ଅଧିକ ପଚରାଉଚରା ପାଇଁ ଷ୍ଟେସନ ମାଷ୍ଟରଙ୍କୁ ସମନ ଜାରି କରାଯାଇଛି । ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ଷ୍ଟେସନ ମାଷ୍ଟର । ଇତିମଧ୍ୟରେ ୫ ଦିନିଆ ସିବିଆଇ ରିମାଣ୍ଡରେ ଯାଇଥିବା ରେଳକର୍ମଚାରୀଙ୍କୁ ପଚରା ଉଚରା ଚାଲିଛି ।