‘ଗେରୁଆ ରଙ୍ଗକୁ ଜାତୀୟ ରଙ୍ଗ ଘୋଷଣା କରନ୍ତୁ ମୋଦି’

ବନ୍ଦେ ଭାରତ ଏକ୍ସପ୍ରେସର ରଙ୍ଗ ବଦଳାଇବା ପାଇଁ ମୋଦି ସରକାର ଚିନ୍ତା କରୁଛନ୍ତି । ‘ପଠାନ’ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ପୋଷାକକୁ ସହିପାରିଲେନି ଭାରତର ସାଧୁସନ୍ଥ ସଂଗଠନ । ଚଳଚ୍ଚିତ୍ରକୁ ପ୍ରଦର୍ଶନ ନକରାଇ ଦେବାପାଇଁ ହିନ୍ଦୁ ସଂଗଠନ ଯୋଉ ପଦକ୍ଷେପ ସବୁ ଗ୍ରହଣ କଲେ, ପରିଣାମ ସ୍ୱରୂପ ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କଲା ।

ଏବେ ବନ୍ଦେ ଭାରତର ରଙ୍ଗକୁ ଗେରୁଆ କରି ସାରାଭାରତକୁ ଗେରୁଆ ରଙ୍ଗରେ ଗାଧୋଇବାର ଚିନ୍ତା କରୁଛନ୍ତି ମୋଦି ସରକାର । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସ୍ୱଦେଶୀ ଟ୍ରେନର ନୂଆ ରଙ୍ଗ ଆମ ଜାତୀୟ ପତାକା ଦ୍ୱାରା ପ୍ରେରିତ । ଗେରୁଆ ରଙ୍ଗକୁ ଯୁକ୍ତିସଂଗତ କରିବାକୁ ଯାଇ ଅଶ୍ୱିନୀ ତାକ ମେକ୍‌ ଇନ୍‌ ଇଣ୍ଡିଆର ସଂକଳ୍ପ ବୋଲି ଦର୍ଶାଇଛନ୍ତି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅମଳରେ ଗୁଜରାଟର ଗୋଟିଏ ଷ୍ଟାଡ଼ିୟମକୁ ତାଙ୍କ ନାମରେ ନାମିତ କରିବା ମେକ୍‌ ଇନ୍‌ ଇଣ୍ଡିଆର ସଂକଳ୍ପ ନିଶ୍ଚିତ । ମେକ୍‌ ଇନ୍‌ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସାଡ଼ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶୀ ଜ୍ଞାନକୌଶଳରେ ତିଆରି କାର ଚଢ଼ିବା ସ୍ୱଦେଶୀ ଜ୍ଞାନକୌଶଳକୁ ଅପମାନ ନୁହେଁ କି?