ବ୍ୟାଙ୍କ ମ୍ୟାନେଜରକୁ ହତ୍ୟା କଲେ ଆତଙ୍କବାଦୀ
ଜମ୍ମୁ-କଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ପୁଣିଥରେ ନିରୀହ ଜନତାଙ୍କୁ….
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ପୁଣିଥରେ ନିରୀହ ଜନତାଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ବିଜୟ କୁମାର ଦେହାତୀ ବ୍ୟାଙ୍କର ମ୍ୟାନେଜର ରୂପେ କାର୍ଯ୍ୟରତ ଥିଲେ । ସେ କିଛିଦିନ ପୂର୍ବରୁ ହିଁ ଏଠାରେ ଚାକିରିରେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ବିଜୟ କୁମାର ବ୍ୟାଙ୍କରେ ଡ୍ୟୁଟି କରୁଥିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ପରେ ସୁରକ୍ଷାବଳ ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରଖିଥିବା ଜଣାପଡିଛି ।