ବାଇଡେନ୍ ଏବେ ଜବାହିରୀଙ୍କ ମୃତଦେହ ଖୋଜନ୍ତୁ
ତାଲିବାନ୍ କହିଛି, ଯଦି ଜବାହିରୀ ମରିଛନ୍ତି ଆମକୁ ତାଙ୍କର ମୃତଦେହ ମିଳିବା କଥା….
କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ତାଲିବାନ୍ ଗଡ଼ରେ ପଶି ଆମେରିକା ଡ୍ରୋନ୍ ଆତଙ୍କୀ ଜବାହିରୀକୁ ମାରିଥିବା କଥା ଖୋଦ୍ ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍ କହିଛନ୍ତି । କିନ୍ତୁ ବାଇଡେନ୍ଙ୍କ କଥାକୁ ତାଲିବାନ ସହଜରେ ଗ୍ରହଣ କରିନି । ତାଲିବାନ୍ କହିଛି, ଯଦି ଜବାହିରୀ ମରିଛନ୍ତି ଆମକୁ ତାଙ୍କର ମୃତଦେହ ମିଳିବା କଥା । ଏ ପର୍ଯ୍ୟନ୍ତ ମୃତଦେହ ମିଳିନି । ତାଲିବାନ ଶାସକଙ୍କ ହାତକୁ ଚାଲିଯିବା ପରଠାରୁ ଆଫଗାନିସ୍ତାନ କୁଖ୍ୟାତ ଆତଙ୍କୀମାନଙ୍କର ଆଶ୍ରୟ ସ୍ଥଳ ପାଲଟିଛି ।
ବାଇଡେନ୍ଙ୍କ ସୂଚନା ଅନୁଯାୟୀ ଅଲ୍-କାଏଦା ମୁଖ୍ୟ ୭୧ ବର୍ଷୀୟ ଆୟମାନ୍ ଜବାହିରୀଙ୍କୁ ମାରିବା ପାଇଁ ଯେଉଁ ଡ୍ରୋନ୍ ବ୍ୟବହାର କରାଯାଇଛି । ଉକ୍ତ ଡ୍ରୋନ୍ ନିର୍ଦ୍ଦିଷ୍ଟ ଲୋକକୁ ମାରିବା ଛଡ଼ା ଆଉ କାହାରି ସାମାନ୍ୟ କ୍ଷତି କରିବନି । ଉକ୍ତ ଅସ୍ତ୍ର ଶବ୍ଦ କରିବ ନାହିଁ କି ପରିବେଶକୁ କ୍ଷତିରେ ପକାଇବନି । ଅଲ-କାଏଦା ପ୍ରତିଷ୍ଠାତା ଓସାମା ବିନ୍ ଲାଡେ଼ନ ପରେ ଦ୍ୱିତୀୟ ଗୋପନ ଆକ୍ରମଣ କରି ବାଇଡେନ୍ ନିଜକୁ ଗୌରବାନ୍ୱିତ ମଣିଥିଲେ । ମାତ୍ର ତାଲିବାନର ବୟାନ୍ ଏବେ ବିଶ୍ୱବାସୀଙ୍କୁ ସନ୍ଦେହରେ ପକାଇଛି । ତାଲିବାନ ଓ ବାଇଡେନ୍ଙ୍କ ଭିତରୁ କିଏ ସତ କହୁଛନ୍ତି ।