ବୀରେନ ସିଂହ ହେଲେ ମଣିପୁରରେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ ବିଜେପିର ବୃହତ୍ତ ବିଜୟୀ ହୋଇଛି । ଅନ୍ୟପକ୍ଷରେ ମଣିପୁରରେ ମୁଖ୍ୟମନ୍ତ୍ରୀ ଭାବେ ବୀରେନ ସିଂହଙ୍କୁ ଚୟନ କରାଯାଇଛି । ସୂଚନାଯୋଗ୍ୟ ଯେ, ବିଜେପି ବିଧାୟକ ଦଳର ବୈଠକରେ ବୀରେନଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଚୟନ ହୋଇଛି । ଏନେଇ ପର୍ଯ୍ୟବେକ୍ଷକ ଭାବେ ନିର୍ମଳା ସୀତାରମଣ ବୈଠକ ପରେ ବୀରେନ ସିଂହଙ୍କ ନାମ ଘୋଷଣା କରିଥିଲେ ।

ସେହିପରି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ନେତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବୈଠକ କରିଛନ୍ତି । ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ମୀନାକ୍ଷୀ ଲେଖି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ ।