ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଭିଜିଲାନ୍ସ । ଗତ କିଛି ମାସ ହେବ ରାଜ୍ୟରେ ଭିଜିଲାନ୍ସ ତନାଘନା କରୁଛି । ଅସାଧୁ ସରକାରୀ ବାବୁଙ୍କ ଘରେ କରୁଛି ଚଢ଼ାଉ । ଆଜି ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ ଫସିଛନ୍ତି । ଶାଳପଡ଼ା ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଟିମ୍ ଚଢ଼ାଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସନୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଏକକାଳୀନ ୮ଟି ସ୍ଥାନରେ ତନାଘନା କରୁଥିବା ବେଳେ କେନ୍ଦୁଝର ସମେତ ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଓ ଭୁବନେଶ୍ବରରେ ଚଢାଉ ଜାରି ରଖିଛି ।