ପାଟନା : ବିହାରର ୯ ଜଣ ନେତାଙ୍କୁ ବିଜେପି ଦଳରୁ ବାହାର କରିଦେଇଛି । ଯେଉଁ ୯ ଜଣ ନେତା ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଟିକେଟରେ ନିର୍ବାଚନ ଲଢୁଥିଲେ ବିଜେପି ସେହି ନେତାମାନଙ୍କୁ ଦଳରୁ ବାହାର କରିଦେଇଛି । ବିଜେପିର ରାଜ୍ୟ ଅଧ୍ୟକ୍ଷ ଡ. ସଞ୍ଜୟ ଜୈସଓ୍ବାଲ ଚିଠି ଲେଖି ସେମାନଙ୍କ ନାଁ ଘୋଷଣା କରିଛନ୍ତି ।
ଚିଠି ଅନୁସାରେ ଦଳ ରାମେଶ୍ୱର ଚୌରାସିଆ, ରାଜେନ୍ଦ୍ର ସିଂହ, ଡ. ଉଷା ବିଦ୍ୟାର୍ଥୀ, ବିଧାୟକ ରବୀନ୍ଦ୍ର ଯାଦବ, ଅନୀଲ କୁମାର, ଶ୍ଵେତା ସିଂହ, ଇନ୍ଦୁ କଶ୍ୟପ, ଅଜୟ ପ୍ରତାପ ଏବଂ ମୃଣାଳ ଶେଖରଙ୍କୁ ୬ବର୍ଷ ପାଇଁ ଦଳରୁ ବାହାର କରିଦିଆଯାଇଛି ।
ବିଜେପି ରାଜ୍ୟ ଅଧ୍ୟକ୍ଷ ଡ. ସଞ୍ଜୟ ଜୈସଓ୍ବାଲ ଚିଠିରେ ଲେଖିଛନ୍ତି ଯେ, ଏମାନେ ସମସ୍ତେ ଏନଡିଏ ଆଶାୟୀ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି । ଏହାଦ୍ୱାରା ଦଳ ଏବଂ ଏନଡିଏର ଛବି ମଳିନ ହେଉଛି । ସେଥିପାଇଁ ସେମାନଙ୍କୁ ଦଳରୁ ବାହାରକରିବା ନେଇ ନିଷ୍ପତ୍ତି ନିଆଯାଇଛି ।