୭ ବଲିଉଡ ସେଲିବ୍ରିଟିଙ୍କୁ ନୋଟିସ୍

ମୁମ୍ବାଇ : ବିହାର ମୁଜାଫରପୁର କୋର୍ଟରେ ହାଜର ହେବେ ବଲିଉଡର ୭ଜଣ ସେଲିବ୍ରିଟି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସେଲିବ୍ରିଟିଙ୍କୁ କୋର୍ଟ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ସୁଶାନ୍ତ ସିଂହ ମୃତ୍ୟୁ ପରେ ଓକିଲ ସୁଧୀର ଓଝା ଜୁନ୍ ୧୭ରେ କୋର୍ଟରେ ପରିବାରବାଦ ମାମଲା ଦାୟର କରିଥିଲେ। ଯେଉଁଥିରେ ସୁଶାନ୍ତ ମତ୍ୟୁ ମାମଲାରେ ଏମାନଙ୍କୁ ଦାୟୀ କରାଯାଇ ଥିଲା।

କରଣ ଜୋହର, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଳା ଭଂସାଲି, ସାଜିଦ ନଦିୟାଓ୍ବାଲା, ଏକତା କପୁର, ଭୂଷଣ କୁମାର ଓ ଦିନେଶ ବିଜାନ ଏଥିରେ ସାମିଲ ଅଛି। ଅକ୍ଟୋବର ୨୧ ସୁଦ୍ଧା ସେମାନଙ୍କୁ ନିଜେ ନଚେତ ଓକିଲଙ୍କ ଜରିଆରେ ଉପସ୍ଥିତ ହେବାକୁ ହେବ।

ଏହା ପୂର୍ବରୁ ସଲମାନ ଖାନ ସମେତ ଅନ୍ୟ ସମସ୍ତ ସେଲିବ୍ରିଟିଙ୍କୁ ଅକ୍ଟୋବର ୭ରେ କୋର୍ଟରେ ହାଜିର ହେବାକୁ କୁହାଯାଇ ଥିଲା। ମାତ୍ର ସେତେବେଳେ ସଲମାନଙ୍କ ଓକିଲ କୋର୍ଟରେ ଉପସ୍ଥିତ ହୋଇଥିଲେ। ହେଲେ ଅନ୍ୟ ସାତ ଜଣ ସେଲିବ୍ରିଟି ହାଜର ହୋଇ ନ ଥିଲେ।