ବିକ-ଶିତ ଭାରତ ଯାତ୍ରା ପାଇଁ ବିଜେପି ସଜବାଜ

ନୂଆଦିଲ୍ଲୀ: ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବିଜେପି ପଦାଧିକାରୀଙ୍କ ବୈଠକ । ଆଗାମୀ ନିର୍ବାଚନରେ ଦଳକୁ ଜିତାଇବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ତା’ ଭିତରୁ ବିକଶିତ ଭାରତ ଯାତ୍ରା ଅନ୍ୟତମ । ମୋଦିଙ୍କ ଶାସନର ସଫଳତା ଗାନ କରିବା ବିକ-ଶିତ ଭାରତ ଯାତ୍ରାର ମୂଳ ଉଦ୍ଦେଶ୍ୟ ।

ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ଦୁଇଦିନ ଧରି ଚାଲିଥିବା କବାଟକିଳା ବୈଠକରେ ମୋଦି-ନଡ୍ଡାଙ୍କ ଆଲୋଚନା କାହାକୁ ଜଣା ନାହିଁ । ମାତ୍ର ତିନିମାସ ଭିତରେ ଦେଶର ପ୍ରତି ଘରକୁ ଘର ଯାଇ ବିଜେପିର ଗୁଣ ଗାଇବା ପାଇଁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଡିସେମ୍ବର ୨୨ ତାରିଖ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦାନ କରିଥିଲେ । ବିଜେପି ନେତାଙ୍କ ମତାମତ ଶୁଣିବା ପରେ ଗୁରୁଜ୍ଞାନ ଦେଇଥିଲେ । ମିଶନ ମୁଡରେ କାମ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । ସୋସିଆଲ ମିଡିଆରେ ବିଜେପିର ସଫଳତାକୁ ଛାତି ଫୁଲାଇ ବଖାଣିବାକୁ କୁହାଯାଇଛି । ବିରୋଧୀ ଦଳର ସବୁ ସମାଲୋଚନାକୁ ଦୃଢ଼ତାର ସହ ପାଲଟା ଜବାବ ଦେବାକୁ କୁହାଯାଇଛି । ତା’ ସହିତ ଦଳ ପକ୍ଷରୁ ବିକ-ଶିତ ଭାରତ ଯାତ୍ରା ଆରମ୍ଭ କରାଯିବ ।