ମୁମ୍ବାଇ: ବିଜେପି କର୍ପୋରେଟର ଋତୁ ତାୱଡେ ମୁମ୍ବାଇର ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ୫୩ ବର୍ଷୀୟା ଋତୁ ବିଜେପିର ଦ୍ୱିତୀୟ ତଥା ପ୍ରଥମ ମହିଳା ମେୟର ଭାବେ ଏହି ପଦବୀ ହାସଲ କରି ଇତିହାସ ରଚିଛନ୍ତି। ମୁମ୍ବାଇ ପୌର ନିର୍ବାଚନର ଜଣେ ଚର୍ଚ୍ଚିତ ଚେହେରା ଋତୁ ୨୦୧୨ରେ ବ୍ରିହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍ସି) କର୍ପୋରେଟର ଭାବେ ୧୨୭ ନଂ ୱାର୍ଡରୁ ବିଜୟୀ ହୋଇଥିଲେ। ୨୦୧୭ରେ ସେ ଘାଟକୋପର ଅନ୍ତର୍ଗତ ୧୨୧ ୱାର୍ଡରୁ ବିଜୟୀ ହୋଇଥିଲେ। ଚଳିତ ବର୍ଷ ଜାନୁଆରି ୧୫ରେ ଅନୁଷ୍ଠିତ ପୌର ନିର୍ବାଚନରେ ସେ ୧୩୨ ନଂ ୱାର୍ଡରୁ ଜିତିଥିଲେ। ଏହାଦ୍ୱାରା ଦେଶର ସବୁଠୁ ଧନୀ ପୌର ଅନୁଷ୍ଠାନରେ ତାଙ୍କର ସ୍ଥିତି ଅଧିକ ମଜଭୁତ ହୋଇଛି। କର୍ପୋରେଟର ଭାବେ ପୂର୍ବରୁ ସେ ବିଏମ୍ସି ଶିକ୍ଷା କମିଟିର ଅଧ୍ୟକ୍ଷ ଥିଲେ। ୫୩ ବର୍ଷୀୟା ଋତୁ ପୌର ପ୍ରଶାସନରେ ତୃଣମୂଳ ରାଜନୀତି ସମ୍ପର୍କରେ ଅବଗତ ଥିବାରୁ ତାଙ୍କ ଅଭିଜ୍ଞତା ଆଗକୁ ମେୟର ଭାବେ କାର୍ଯ୍ୟ କରିବାରେ ସହାୟକ ହେବ।
ଚଳିତ ନିର୍ବାଚନରେ ବିଏମ୍ସିର ୨୨୭ ଆସନରୁ ବିଜେପି ସର୍ବାଧିକ ୮୯ଟି ଆସନ ଜିତିଥିଲା। ଶିବସେନା ୨୯ଟି ଆସନ ଜିତିଥିଲା। ଗତ ୨୫ ବର୍ଷ ଧରି ବିଏମ୍ସିକୁ କବ୍ଜା କରି ରଖିଥିଲା ଉଦ୍ଧବ ଠାକରେ ଟିମ୍। ମାତ୍ର ଏଥର ଉଦ୍ଧବଙ୍କ ଟିମ ‘ୟୁବିଟି’ ୬୫ଟି ଆସନରେ ସନ୍ତୁଷ୍ଟ ହୋଇଛି।
ଥାନ୍ୟା ନାଥନ ସି ଭାରତର ପ୍ରଥମ ଦୃଷ୍ଟିହୀନ ମହିଳା ବିଚାରପତି