ଜେଲରେ ଥିବା ଭରଭରା ରାଓଙ୍କ ଚିକିତ୍ସା ପାଇଁ ଅନୁମତି : ବମ୍ବେ ହାଇକୋର୍ଟ

ମୁମ୍ବାଇ: ଜେଲ୍‌ରେ ବନ୍ଦୀ ଥିବା ବରିଷ୍ଠ ସାମାଜିକ କର୍ମୀ ଭରଭରା ରାଓଙ୍କୁ ହସ୍ପିଟାଲରେ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବ। ଏନେଇ ଆଜି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ।ଅନ୍ୟପଟେ ୧୫ ଦିନର ଚିକିତ୍ସା ଖର୍ଚ୍ଚ ମହାରାଷ୍ଟ୍ର ସରକାର ଭରଣ କରିବେ। ହସ୍ପିଟାଲରେ ନିୟମ ଅନୁସାରେ ଶ୍ରୀ ରାଓଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ସେଠାକୁ ଯାଇ ତାଙ୍କୁ ଭେଟି ପାରିବେ ବୋଲି କୋର୍ଟ କହିଛନ୍ତି।

ସୂଚନା ଅନୁସାରେ, ମାଓବାଦୀ ଲିଙ୍କ ଅଭିଯୋଗରେ ତାଙ୍କୁ ୨୦୧୮ରେ ଗିରଫ କରାଯାଇଥିଲା। ଗିରଫ ପରେ ମାମଲାର ବିଚାର ଚାଲିଛି। ତେବେ ତଲୋଜା ଜେଲରେ ରହିଥିବା ବେଳେ ଶ୍ରୀ ରାଓଙ୍କ ସ୍ନାୟୁ ଜନିତ ସମସ୍ୟା ଦେଖା ଯାଇଥିଲା। ତେବେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ। ପରିବାର ଲୋକଙ୍କ ଆବେଦନ ପରେ ବମ୍ବେ ହାଇକୋର୍ଟ ଆଜି ୮୧ ବର୍ଷୀୟ ରାଓଙ୍କ ଚିକିତ୍ସା ପାଇଁ ଅନୁମତି ଦେଇଛନ୍ତି।