ବମ୍ବେ ହାଇକୋର୍ଟ ଉଡ଼ାଇ ଦିଆଯିବ ଧମକ

ମୁମ୍ବାଇ: ବମ୍ବେ ହାଇକୋର୍ଟକୁ ବୋମା ଧମକ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇର ବାନ୍ଦ୍ରା ଏବଂ ଏସ୍ପ୍ଲାନେଡ୍‌ ଅଦାଲତ ସମେତ ଅନ୍ୟ ଅଦାଲତକୁ ଖାଲି କରି ଦିଆଯାଇଛି।
ସୂଚନା ଅନୁସାରେ ଦକ୍ଷିଣ ମୁମ୍ବାଇର ଫୋର୍ଟ ଅଂଚଳରେ ଅବସ୍ଥିତ ବମ୍ବେ ଉଚ୍ଚ ଅଦାଲତକୁ ଇ-ମେଲ୍‌ ଯୋଗେ ବୋମା ଧମକ ମିଳିଛି। ଏହି ବିଷୟ ପ୍ରଘଟ ହୋଇଯିବା ପରେ ଅଦାଲତ ପରିସରରେ ଆତଙ୍କ ଖେଳି ଯାଇଥିଲା। ଅଦାଲତ ପରିସର ଖାଲି ହୋଇଯାଇଥିଲା। ଖବର ପାଇ ଅଦାଲତ ପରିସରରେ ମୁମ୍ବାଇ ପୁଲିସ ବୋମା ଚିହ୍ନଟ ଦଳ ମୁତୟନ କରିଥିଲା।

ଯାଂଚ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳି ନଥିଲା। କିଏ କୋଉଠୁ ଧମକ ଦେଇଥିଲା, ତା’ର ଖୋଳତାଡ଼ ଆରମ୍ଭ ହୋଇଛି। ମୁମ୍ବଇ ପୁଲିସ ଆୟୁକ୍ତଙ୍କ ଅନୁଯାୟୀ, ମୁମ୍ବାଇର ଅନେକ ଅଦାଲତ ଏବଂ ବ୍ୟାଙ୍କକୁ ଇ-ମେଲ୍‌ ମାଧ୍ୟମରେ ବୋମା ଧମକ ଜାରି କରାଯାଇଛି। ଏଥିରେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ଆୟୁକ୍ତ। ଇତି ମଧ୍ୟରେ ପୁଲିସ ଦଳ ବିପଦପୂର୍ଣ୍ଣ ଅଂଚଳଗୁଡ଼ିକୁ ସଫା ଏବଂ ସମ୍ପୂର୍ଣ୍ଣ ଯାଂଚ୍‌ କରିଛି ।