ବୁଷ୍ଟର ଡୋଜକୁ ପାକିସ୍ଥାନର ଗ୍ରୀନ ସିଗନାଲ!

ଇସଲାମାବାଦ : ସାରା ଦେଶରେ କରୋନା ମହାମାରୀକୁ ଚକମା ଦେବା ପାଇଁ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅନ୍ୟପକ୍ଷରେ ପାକିସ୍ଥାନରେ କରୋନା ଟିକାର ବୁଷ୍ଟର ଡୋଜ୍‌ ଦେବା ପାଇଁ ଗ୍ରୀନ ସିଗନାଲ ଦେଇଛି । ଏନେଇ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଏହି ଟିକା ଦିଆଯିବ । ଏହିମାନଙ୍କୁ ବୁଷ୍ଟର୍‌ ଡୋଜ ଟିକା ମିଳିବ ବୋଲି ଏନସିଓସି କହିଛି ।

କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌ ନେବାର ୬ ମାସ ପରେ ଏହି ବୁଷ୍ଟର ଡୋଜ୍‌ ଦିଆଯିବ ବୋଲି କୁହାଯାଇଛି । ପାକିସ୍ଥାନରେ କୋଭିଡ ଟିକାକରଣ ଉପରେ ଏନସିଓସି ଜୋର ଦେଇଛି । ଚଳିତ ମାସରୁ ପାକିସ୍ଥାନରେ ବାଧ୍ୟତାମୂଳକ ଟିକାକରଣର ବ୍ୟବସ୍ଥା ଲାଗୁ କରାଯିବ ବୋଲି ଘୋଷଣା ହୋଇଛି । ସାରା ଦେଶରେ ଓମିକ୍ରନ କାୟା ବିସ୍ତାର କରୁଥବାବେଳେ ଏହାକୁ ରୋକିବା ପାଇଁ ଟିକାକରଣ ଏକ ମାତ୍ର ବିକଳ୍ପ ବୋଲି ଏନସିଓସି କହିଛି । ପାକିସ୍ଥାନରେ କରୋନା ମୁକାବିଲା ଲାଗି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ପ୍ରତିନିଧିଙ୍କୁ ଓମିକ୍ରନକୁ ନେଇ ସତର୍କତା ଅବଲମ୍ବନ କରିବା, ଟିକାକରଣର ସ୍ଥିତି ଯାଞ୍ଚ କରିବା ସହ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରୀକ୍ଷଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।