୧୫ରୁ ଆରମ୍ଭ ହେବନି ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ : ଭାରତରେ ଅନ୍ତର୍ଜାତୀୟ ବିମାନ ସେବା ଆସନ୍ତା ୧୫ରୁ ଆରମ୍ଭ ହେବନାହିଁ । ଏନେଇ ଏଭିଏସନ ରେଗୁଲେଟର ଡିଜିସିଏ କହିଛି ଯେ ଆଗାମୀ ୧୫ରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅନ୍ୟପକ୍ଷରେ ନୂଆ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଲାଗି ଏହିି ନିଷ୍ପତ୍ତି ନିଆଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୭ ତାରିଖରେ ଓମିକ୍ରନକୁ ନେଇ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ଆସନ୍ତା ୧୫ରୁ ଅନ୍ତର୍ଜାତୀୟ ବିମାନ ଆରମ୍ଭ କରିବା ନିଷ୍ପତ୍ତି ଉପରେ ସମୀକ୍ଷା କରିବାକୁ କୁହାଯାଇଥିଲା । ଏହାସହ ପ୍ରଧାନମନ୍ତ୍ରୀ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିବାକୁ ମଧ୍ୟ କହିଥିଲେ ।