ରାଜଧାନୀରେ ଶସ୍ତା ହେଲା ପେଟ୍ରୋଲ

ନୂଆଦିଲ୍ଲୀ : ସାରା ଦେଶରେ ଗ୍ରାହକଙ୍କୁ ମହଙ୍ଗା ମାଡ ହେଉଥିବାବେଳେ ରାଜଧାନୀ ଦିଲ୍ଲୀରୁ ଆସିଛି ଆଶ୍ୱସ୍ତିକର ଖବର । ଦିଲ୍ଲୀ ସରକାର ସାଧରଣ ଲୋକଙ୍କୁ ପକେଟକୁ ଦୃଷ୍ଟିରେ ରଖି ପେଟ୍ରୋଲ ଦାମ କମ୍‌ କରିଛନ୍ତି । ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ଭାଟ କମ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ଏକ ଲିଟର ପେଟ୍ରୋଲ ପିଛା ୮ ଟଙ୍କା ଶସ୍ତା ହୋଇଛି ।

ଦିଲ୍ଲୀ ସରକାର ବୈଠକରେ ପେଟ୍ରୋଲ୍‌ ଉପରେ ଲଗାଇଥିବା ଭାଟକୁ ୩୦ ପ୍ରତିଶତ କମ୍‌ କରିବା ସହ ୧୯.୪୦ ପ୍ରତିଶତ କରିଦେଇଛନ୍ତି । ଏହା ପରେ ଆଜିଠୁ ୮ ଟଙ୍କା ପେଟ୍ରୋଲ ଦାମ କମିଛି । ପେଟ୍ରୋଲର ନୂଆ ଦର ଆଜି ମଧ୍ୟରାତ୍ରୀରୁ ଲାଗୁ ହେବ । ଏହି ବର୍ଷ ଆରମ୍ଭରୁ ସାରା ଦେଶରେ ପେଟ୍ରୋଲ-ଡିଜେଲ୍‌ ଦର ଏହେତୁକ ବୃଦ୍ଧି ପାଇଥିଲା । କେତେଦିନ ଧରି ତୈଳ ଦରରେ ଲାଭ ହେବା ପରେ ଦିପାବଳୀ ଅବସରରେ ସରକାର ଦର ହ୍ରାସ କରିବା ସହ ଖାଉଟିଙ୍କୁ ଦିୱାଲୀ ଭେଟି ଦେଇଥିଲେ ।