ସ୍କୁଲରେ ଆଖିବୁଜା ଗୁଳିମାଡରେ ୩ ମୃତ

ୱାଶିଂଟନ: ଆମେରିକାର ମିଚିଗାନରେ ଥିବା ଉଚ୍ଚ ବିଦ୍ୟାଳୟରେ ଗୁଳିମାଡ ଯୋଗୁ ୩ ଜଣ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଜଣେ ୧୫ ବର୍ଷୀୟ ଛାତ୍ରର ଆଖିବୁଜା ଗୁଳିମାଡରେ ୩ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହେବା ସହ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଗୁଳିମାଡ କରିଥିବା ଛାତ୍ରଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଓ ୨ ଜଣ ଛାତ୍ରୀ ରହିଛନ୍ତି । ପୋଲିସ କହିଛି ଯେ ୧୫ ବର୍ଷୀୟ ଛାତ୍ର ନିଜ ସହ ସ୍କୁଲକୁ ବନ୍ଧୁକ ନେଇ ଆସିଥିଲା । ପରେ ସେ ସମସ୍ତଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା । ଏନେଇ ପୋଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗୁଳିମାଡର କାରଣ ପଚାରିଥିଲେ ସୁଦ୍ଧା କୌଣସି ସୂଚନା ମିଳିପାରିନି ବୋଲି ଜଣାପଡିଛି ।